କେନ୍ଦ୍ରମନ୍ତ୍ରୀ ଶ୍ରୀପଦଙ୍କୁ କରୋନା ଦେଶରେ ସଂକ୍ରମିତ ସଂଖ୍ୟା ୨୩ଲକ୍ଷ ଟପିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧିପାଉଥିବାବେଳେ ଏବେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି କରୋନା ପଜିଟିଭ୍‌ । ବୁଧବାର କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରପଦ ନାଇକ କରୋନା ପଜିଟିଭ ହୋଇଥିବା ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ଶରୀରରେ କୋଭିଡ-୧୯ ସ୍ୱଳ୍ପ ଲକ୍ଷଣ ଯୋଗୁଁ ମୁଁ କରୋନା ପରୀକ୍ଷା କରାଇଥିଲି । ଆଉ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ ଆଇଶୋଲେସନ୍‌ରେ ରହିଥିଲାବେଳେ ପୂର୍ବରୁ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ମଧ୍ୟ ଆଇଶୋଲେସନ୍‌ରେ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ପରୀକ୍ଷା କରାନ୍ତୁ ।
ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗତ ୨୪ଘଣ୍ଟାର ରିପୋର୍ଟ ଉପସ୍ଥାପିତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଗତ ୨୪ଘଣ୍ଟଶ ମଧ୍ୟରେ ଦେଶରେ ୬୦ହଜାର ୯୬୩ ନୂଆ ମାମଲା ଦେଖାଦେଇଥିଲାବେଳେ ୮୩୪ଜଣଙ୍କର ମୃତୁ୍ୟ ହୋଇଛି । ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚôଛି ୨୩ଲକ୍ଷ ୨୯ହଜାର ୬୩୯ରେ । ଏମାନଙ୍କ ମଧ୍ୟରୁ ୬,୪୩,୯୪୮ ଆକ୍ଟିଭ ମାମଲା ରହିଥିବାବେଳେ ୧୬,୩୦,୬୦୦ ଜଣ ସୁସ୍ଥ ହୋଇଛନ୍ତି । ମୋଟ୍‌ ମୃତୁ୍ୟସଂଖ୍ୟା ୪୬,୦୯୧ରେ ପହଞ୍ଚôଛି । ତାଲିକାରେ ଏବେ ମହାରାଷ୍ଟ୍ର ଶୀର୍ଷରେ ରହିଛି ।
ଲକ୍‌ଡାଉନ୍‌ ନିୟମ
କୋହଳ କଲେ ମମତା
ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ପୂର୍ବରୁ ଯେଉଁ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇଥିଲେ ତାକୁ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ପ୍ରତିମାସରେ ଦୁଇଦିନ ଲକ୍‌ଡାଉନ୍‌ ନିୟମ ଜାରି କରାଯାଇଥିଲା । ଏବେ ଏହାକୁ ସଂଶୋଧନ କରାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୨୦, ୨୧, ୨୭ ଏବଂ ଅଗଷ୍ଟ ୩୧ରେ ଲକ୍‌ଡାଉନ୍‌ ରହିବ ।
ବିଶ୍ୱରେ ସଂକ୍ରମିତ
ସଂଖ୍ୟା ୨.୦୬କୋଟି
ବିଶ୍ୱରେ ମଧ୍ୟ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁନାହିଁ । ମୋଟ ସଂକ୍ରମିତ ସଂଖ୍ୟା ୨କୋଟି ୬ଲକ୍ଷ ୧ହଜାର ୯୨୭ରେ ପହଞ୍ଚôଥିଲାବେଳେ ମୃତୁ୍ୟସଂଖ୍ୟା ୭,୪୬,୪୫୪ରେ ପହଞ୍ଚôଛି । ଜର୍ମାନୀରେ ଗତ ତିନିମାସ ମଧ୍ୟରେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୨୦୦ ଛୁଇଁଛି । ଆମେରିକାରେ ସଂକ୍ରମିତ ସଂଖ୍ୟା ୫୩,୧୮, ୫୩୦ରେ ପହଞ୍ଚôଥିବା ବେଳେ ବ୍ରାଜିଲରେ ଏହି ସଂଖ୍ୟା ୩୧,୧୨,୩୯୩ରେ ପହଞ୍ଚôଛି ।
ଅନ୍ୟପଟେ ଏୟାର ଇନ୍ଦିଆ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ମାଦ୍ରିଦ୍‌, ମିଲାନ୍‌, କୋପେନହେଗେନ୍‌, ଭିଏନା, ଷ୍ଟକ୍‌ହୋମ୍‌କୁ ବିମାନ ଉଡାଣ ବନ୍ଦ ନିଷ୍ପତ୍ତି ନେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*