କେନାଲ ବାଡରେ ପାଚେରି ନିର୍ମାଣ କରି ଲୁଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଧର୍ମଗଡ଼

ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଥିବା ବେଳେ କଳାହାନ୍ଦି ଜିଲ୍ଲା କଲମପୁର ବ୍ଲକ ପନ୍ଦିଗାଁଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପନ୍ଦିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେଉଥିବା ପାଚେରି ନିର୍ମାଣ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଲକ୍ଷଲକ୍ଷ ଟଙ୍କାର ଏହି ପାଚେରିକୁ ବିନା ମୂଳଦୁଆରେ ପୁରୁଣା ଇଟା ଓ ନିମ୍ନମାନର ସିମେଣ୍ଟରେ ନିର୍ମାଣ ହେଉଥିବା ଏହି କାର୍ଯ୍ୟରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ମଧ୍ୟ ହାତ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କଲମପୁର ବିଡିଓ ଏହାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*