କେଦାରନାଥ : ପର୍ବତରୁ ପଥର ଖନ୍ଦ ଖସି ୮ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ରୂଦ୍ରପ୍ରୟାଗ

ଉତ୍ତରାଖନ୍ଦର ରୁଦ୍ରପ୍ରୟାଗସ୍ଥିତ କେଦାରନାଥ ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଭୂସ୍ଖଳନ ହେବା ଯୋଗୁ ନିକଟସ୍ଥ ଏକ ପାହାଡରୁ ବଡ ପଥର ଖନ୍ଦ ରାସ୍ତାରେ ଯାଉଥିବା ଦୁଇଟି ମୋଟର ସାଇକେଲ ଏବଂ ଗୋଟିଏ କାର୍‌ ଉପରେ ଖସିପଡିଥିଲା । ଏହି କାରଣରୁ ଯାନବାହନଗୁଡିକ ଖାଇରେ ଖସି ପଡ଼ିଥିଲା । ଏହି ଘଟଣାରେ ୮ଜଣ ଲୋକଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ପୁଲିସ୍‌ ପ୍ରଶାସନ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମିଳିତ ଭାବେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ରିପୋର୍ଟ ମୁତାବକ, ଯେଉଁ ଦୁଇଟି ମୋଟର ସାଇକେଲ ଖାଇରେ ଖସିପଡିଥିଲା, ସେଥିରେ ପାଞ୍ଚ ଜଣ ଆରୋହୀ ଯାତ୍ରା କରୁଥିଲେ । ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଁଞ୍ଚô ତିନି ଜଣ ଗରୁତରଙ୍କୁ ସୋନପ୍ରୟାଗ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ଧାର ଯୋଗୁ ଶନିବାର ରାତିରେ ଉଦ୍ଧାର କାର୍ଯ୍ୟ କରାଯାଇପାରିନଥିଲା । ପରେ ରବିବାର ସକାଳୁ ଆଉ ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ହେଲେ ପଥର ତଳେ ଚାପି ହୋଇଯାଇଥିବାରୁ ଏହି ୫ ଜଣଙ୍କ ମୃତଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ମିଳିଥିଲା । ଯେଉଁକାରଣରୁ ମୃତକଙ୍କୁ ସଙ୍ଗେସଙ୍ଗେ ଚିହ୍ନଟ କରାଯାଇପାରିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*