କେତେ ଆସିଛନ୍ତି? ୫.୮ ନା ୮.୫ ଲକ୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ପୁଣି ସଂଖ୍ୟା ଗଡ଼ବଡ଼ । ସରକାର ସଂଖ୍ୟା ଖେଳରେ ଫୁଲ୍‌ ଦମ୍‌ରେ ମାତିଯାଇ ବାହାଦୁରୀ ନେବାକୁ ଚେଷ୍ଟା କରୁକରୁ ଧରାପଡ଼ି ଯାଉଛନ୍ତି । ମହତ ସରୁଛି । ପୂର୍ବରୁ ଏହି ସଂଖ୍ୟା ଲୋଭରେ ଅନେକ ସଚିବ ପଡ଼ି ଏବେ ମୁହଁ ଦେଖାଉ ନାହାନ୍ତି । ନିଜେ ମୁଖ୍ୟମନ୍ତ୍ରୀ କରୋନା ମୃତୁ୍ୟ ହାରରେ ଓଡ଼ିଶା ସବୁଠୁ କମ୍‌ ବୋଲି କହି ସମାଲୋଚିତ ହୋଇଥିଲେ । ଏବେ ସେହି ଧାରାରେ ପଡ଼ିଛନ୍ତି ମୁଖ୍ୟ ସଚିବ ଅସିତ୍‌ କୁମାର ତ୍ରିପାଠୀ । ସେ ଆଜି ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ଅବସରରେ କହିଥିଲେ ଯେ, ଅସ୍ଥାୟୀ ଚିକିତ୍ସା ଶିବିରରେ ଏପର୍ଯ୍ୟନ୍ତ ସାଢ଼େ ୮ଲକ୍ଷ ଲୋକଙ୍କର ସେବାଯତ୍ନ କରିଛନ୍ତି ସରପଞ୍ଚମାନେ । କିନ୍ତୁ ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟର୍‌ରେ ସୂଚନା ଦେଇଥିଲା ଯେ, ପ୍ରତିଦିନ ଓଡ଼ିଆ ଭାଇଭଉଣୀମାନେ ରାଜ୍ୟକୁ ଫେରୁଛନ୍ତି । ଆଜି ୨୦୪୮ ଜଣ ଫେରିଛନ୍ତି । ଏବେ ସୁଦ୍ଧା ୫ଲକ୍ଷ ୮୧ହଜାର ୬୯୪ ଜଣ ଫେରିଛନ୍ତି ରାଜ୍ୟକୁ । ମୁଖ୍ୟ ସଚିବ ସାଢ଼େ ୮ଲକ୍ଷ ସଂଖ୍ୟା ପାଇଲେ କେଉଁଠୁ? ୫.୮କୁ ଭୁଲ୍‌ରେ ୮.୫ କହିଦେଇ ନାହାନ୍ତି ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*