କେଜ୍ରିଙ୍କ ଶପଥଗ୍ରହଣ ସମାରୋହକୁ ଆମନ୍ତ୍ରଣ ହେବେନି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆସନ୍ତା ଫେବୃଆରୀ ୧୬ରେ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତା ଅରବିନ୍ଦ କେଜ୍ରିୱାଲ । ଏହି ଶପଥ ଗ୍ରହଣ ସମାରୋହ ରାମଲୀଲା ମଇଦାନଠାରେ ଅନୁଷ୍ଠିତ ହେବ । ଆପ୍‌ର ବରିଷ୍ଠ ନେତା ଗୋପାଳ ରାୟ ଏବିଷୟରେ ସୂଚନା ଦେବା ପୂର୍ବକ ରାମଲୀଳା ମଇଦାନଠାରେ ଅନୁଷ୍ଠିତ ଶପଥ ସମାରୋହରେ ଯୋଗ ଦେବା ପାଇଁ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅମନ୍ତ୍ରଣ କରାଯିବନି, ଏହା କେବଳ ଦିଲ୍ଲୀବାସୀଙ୍କ ପାଇଁ ହେବ । ଗୋପାଳ ରାୟ ଦିଲ୍ଲୀ, ଆପ୍‌ର ପ୍ରଭାରୀ ହୋଇଥିବାବେଳେ ତାଙ୍କୁ ଦଳରେ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ପରେ ତୃତୀୟ ନେତାଭାବେ ପରିଗଣିତ କରାଯାଇଥାଏ । ସୂଚନା ଥାଉ କି, ସଦ୍ୟ ସମାପ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ନେତୃତ୍ୱରେ ଆପ୍‌ ମୋଟ୍‌ ୭୦ ବିଧାନସଭା ଆସନରୁ ୬୨ଟିରେ ବିଜୟଲାଭ କରିଛି । ଭାଜପା କେବଳ ୮ଟି ଆସନକୁ କବଜା କରିବାରେ ସକ୍ଷମ ହୋଇଥିଲାବେଳେ କଂଗ୍ରେସ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରିନାହିଁ । କଂଗ୍ରେସ ନିର୍ବାଚନ ପାଇଁ ଛିଡା କରାଇଥିବା ୬୬ ପ୍ରାର୍ଥୀରୁ ୬୩ ଜଣ ନିଜର ଅମାନତ ହରାଇଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଶାସନ କରିବାର ଦୃଢୋକ୍ତି ପ୍ରକାଶ କରୁଥିବା ଭାଜପା ଏଥର ଏହାର ସଂଖ୍ୟାରେ ମାତ୍ର ୫ଟି ଆସନ ବୃଦ୍ଧି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*