କୃଷକ ଶ୍ରୀକାନ୍ତ ଚାହୁଁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ବିଧାନସଭା ଫଳାଫଳ ପ୍ରକାଶ ପାଇବା ୭ ଦିନ ବିତିଗଲାଣି । ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା-ଶିବସେନା ବିବାଦ କାରଣରୁ ସରକାର ଗଠନ ହୋଇପାରୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି ବିଡ୍‌ ଜିଲ୍ଲାର ଜଣେ କୃଷକ । ସେ ଭାଜପା ଶିବସେନାର ବିବାଦ ସମାଧାନ ହେବା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋତେ କରାଯାଉ ବୋଲି ଅନୁରୋଧ କରିଛନ୍ତି ।
କୃଷକ ଶ୍ରୀକାନ୍ତ ବିଷ୍ଣୁ ଗଡାଲେ ନିଜ ପତ୍ରରେ ଲେଖିଛନ୍ତି ଯେ, ଦୁଇଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନାହିଁ । ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟରେ ଚାଷୀ ବଡ଼ ଅସୁବିଧାରେ ଅଛି । ସେମାନଙ୍କୁ କ୍ଷତି ସହିବାକୁ ପଡୁଛି । ଗୋଟିଏ ପଟେ କୃଷକମାନେ ଅସୁବିଧା ସମୟ ଦେଇ ଗତି କରୁଥିଲା ବେଳେ ଅନ୍ୟପଟେ ଶିବସେନା ଓ ଭାଜପା ନିଜ ବିବାଦ ତୁଟାଇବାରେ ଅସମର୍ଥ ଅଛନ୍ତି । ତେଣୁ ଏହି ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ମୋତେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ । ମୋର ଦୃଢ ବିଶ୍ୱାସ ମୁଁ କୃଷକଙ୍କ ସମସ୍ୟାକୁ ସମାଧାନ କରିପାରିବି ଏବଂ ସେମାନଙ୍କୁ ନ୍ୟାୟ ଦେଇପାରିବି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*