କୃତିଙ୍କ ସହ ପୁଣି ରୋମାନ୍ସ କରିବେ ଅକ୍ଷୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଇ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ ଏକାଠି ଦେଖିବାକୁ ମିଳିଥିଲା ଖିଲାଡୀ କୁମାର ଏବଂ କୃତି ସାନନ୍‌ଙ୍କ ଯୋଡ଼ିକୁ । ଫିଲ୍ମଟିରେ ଉଭୟଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଏବେ ଏହି ଯୋଡ଼ି ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଶୁଣିବାକୁ ମିଳିଛି ଯେ, ଅକ୍ଷୟ ଏବଂ କୃତିଙ୍କ ଅଭିନୀତ ଫିଲ୍ମଟିର ନାମ ହେଉଛି ‘ବଚ୍ଚନ୍‌ ପାନେ୍ଦ’ । ଏହି ଫିଲ୍ମର ନିଦେ୍ର୍ଦଶନା ଦାୟିତ୍ୱ ତୁଲାଇବେ ଫରହଦ୍‌ ସାମ୍‌ଜୀ । ବର୍ତ୍ତମାନ ଫିଲ୍ମଟିର ସ୍କ୍ରୀପ୍ଟ ଉପରେ କାମ ଚାଲିଥିବା ଜଣାପଡ଼ିଛି । ତେବେ ଫିଲ୍ମଟିରେ ଅକ୍ଷୟଙ୍କ ଅପୋଜିଟ୍‌ କୃତିଙ୍କୁ ସାଇନ୍‌ କରାଯାଇଥିବାରୁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କୃତି ଏବଂ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ଫୁଲ୍‌-୪’କୁ ସାଜିଦ୍‌ ପ୍ରଡୁ୍ୟସ୍‌ କରିଥିଲେ ଏବଂ ଡାଇରେକ୍ସନ୍‌ ମଧ୍ୟ ଫର୍‌ହଦ୍‌ ସାମ୍‌ଜୀ କରିଥିଲେ । ‘ବଚ୍ଚନ ପାନେ୍ଦ’ର ସୁଟିଂ ଫେବୃଆରୀ ୨୦୨୦ରେ ଆରମ୍ଭ ହେବାକୁ ଥିବା ବେଳେ ଏହା ଏକ କମର୍ସିଆଲ ଆକ୍ସନ୍‌ ଫିଲ୍ମ ବୋଲି ଜଣାପଡ଼ିଛି । ସୂଚନା ଥାଉ ଯେ, ଅକ୍ଷୟ କୁମାର ଏବଂ ପ୍ରଡୁ୍ୟସର ସାଜିଦ୍‌ ନାଦିଆଡ୍‌ୱାଲା ୧୦ମ ଥର ଲାଗି ଏକାଠି କାମ କରିବାକୁ ଯାଉଛନ୍ତି ।
ଅପରପକ୍ଷେ କୃତି ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ଅକ୍ଷୟ, ସାଜିଦ୍‌ ଏବଂ ଫର୍‌ହଦ୍‌ଙ୍କ ସହ ପୁଣି ଥରେ କାମ କରିବାକୁ ଯାଉଥିବାରୁ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ସୂଚନା ଥାଉ ଯେ, ସାଜିଦ୍‌ ନାଡିଆଡ୍‌ୱାଲାଙ୍କ ସହିତ କୃତିଙ୍କର ଏହା ତୃତୀୟ ଫିଲ୍ମ ହେବ । ଏହାପୂର୍ବରୁ କୃତି ଟାଇଗର୍‌ ଶ୍ରଫ୍‌ଙ୍କ ସହ ଫିଲ୍ମ ‘ହିରୋପନ୍ତୀ’ରେ ନଜର ଆସିଥିଲେ । ‘ବଚ୍ଚନ୍‌ ପାନେ୍ଦ’ ଆସନ୍ତା ବର୍ଷ କ୍ରିସ୍‌ମାସ୍‌ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ଟିମ୍‌ ଏବେ ଠାରୁ ହିଁ ଏହାର ଷ୍ଟଣ୍ଟ ସୀନ୍‌ ଡିଜାଇନ୍‌ କରିବା ଆରମ୍ଭ କରିଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*