କୁମ୍ଭମେଳାରେ ଗିନିଜ ରେକର୍ଡ ୫୦୦ବସ୍‌ର ପ୍ୟାରେଡ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପ୍ରୟାଗରାଜ
ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁମ୍ଭମେଳାରେ ୫୦୦ବସ୍‌ର ପ୍ୟାରେଡ୍‌ କରାଯିବା ଏବଂ ଏହି ସ୍ୱତନ୍ତ୍ର ବସ୍‌ ପ୍ରୟାଗରାଜ ଅଭିମୁଖେ ଏକାଠି ଯାତ୍ରା କରିବା ଏକ ବିଶ୍ୱରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୟୁଏଇ ଏହି ବସ୍‌ ପ୍ୟାରେଡ୍‌ ରେକର୍ଡର ଅଧିକାରୀ ଥିଲା । ଆବୁଧାବିରେ ଏକାଥରକେ ୩୯୦ ବସ୍‌ ପ୍ୟାରେଡ୍‌ କରି ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଥିଲେ । ହେଲେ ବର୍ତ୍ତମାନ ଏହି ରେକର୍ଡକୁ ଉତ୍ତରପ୍ରଦେଶ କାଟିଛି ।
ଏହି ୫୦୩ ଟି ବସ୍‌ ୩.୨ କିଲୋମିଟର ଲମ୍ବା ଧାଡିରେ ଗୁରୁବାର ଚାଲୁଥିବାର ଦେଖିବାକୁ ମିଳିଥିଲା । ପ୍ରତି ବସ୍‌ରେ କୁମ୍ଭମେଳାର ଲୋଗ ଲାଗିଥିଲା । ଏହି ଅଦଭୁତ ଦୃଶ୍ୟ ବିଶ୍ୱବ୍ୟାପୀ ସମସ୍ତେ ଦେଖିଥିଲା ବେଳେ ଗିନିଜ ବୁକ୍‌ ନିଜ ରେକର୍ଡରେ ଏହାକୁ ସାମିଲ କରିଛି । ଉତ୍ତରପ୍ରଦେଶ ରାଜ୍ୟ ପରିବହନ ନିଗମର ଏହି ବସ୍‌ ସବୁ ସାହାଶନ ଟୋଲରୁ ନୱାବଗଞ୍ଜ ଟୋଲ ପ୍ଳାଜା ପର୍ଯ୍ୟନ୍ତ ଯାତ୍ରା କରିଥିଲା । ପ୍ରୟାଗରାଜରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବେଳେ ଏହି ଅଭିଯାନକୁ ପତାକା ଦେଖାଇ ଉଦଘାଟନ କରିଥିଲେ ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଆରାଧନା ଶୁକ୍ଳା । ଏହି ଅବସରରେ ଗିନିଜ୍‌ ବୁକ୍‌ର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*