କୁମାର ମଙ୍ଗଳମଙ୍କ ବୟାନ ବଢ଼ାଉଛି ସସ୍‌ପେନ୍ସ: ବନ୍ଦ ହେବ ଭୋଡାଫୋନ-ଆଇଡିଆ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଟେଲିକମ କମ୍ପାନୀଙ୍କ ସ୍ଥିତି ଏବେ ଠିକ୍‌ ନାହିଁ । ଋଣ ବୋଝ ବୃଦ୍ଧି ପାଉଥିବାରୁ କମ୍ପାନୀର ପରିଚାଳନାରେ ସୃଷ୍ଟି ହୋଇଚିବଡ ସମସ୍ୟା । ଟେଲିକମ୍‌ ସେକ୍ଟରର ଏହି ସ୍ଥିତି ସଂପର୍କରେ କୁମାର ମଙ୍ଗଳମ୍‌ ବିର୍ଲା ଯେଉଁ ସୂଚନା ଦେଇଛନ୍ତି ତାହା ନିଶ୍ଚିତ ଚିନ୍ତା ଉଦ୍ରେକକାରୀ । ଭୋଡା-ଆଇଡିଆର ଅଧ୍ୟକ୍ଷ କୁମାର ମଙ୍ଗଳମ କହିଛନ୍ତି ଯେ, ଯଦି କମ୍ପାନୀକୁ ସରକାରୀ ସହାୟତା ଉପଲବ୍ଧ କରାନଯାଏ ତେବେ ଏହା ବନ୍ଦ ହୋଇପାରେ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏହି କମ୍ପାନୀରେ ଆଉ ଅଧିକ ଅର୍ଥ ନିବେଶ କରିବି ନାହିଁ ।
ହିନ୍ଦୁସ୍ଥାନ ଟାଇମ୍ସ ଲିଡରସିପ୍‌ ସମିଟିରେ ସେ କହିଛନ୍ତି ଯେ, ଯଦି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଏବଂ ସହାୟତା ନମିଳେ ତେବେ ବାଧ୍ୟରେ ଆମକୁ ଆମ ଦୋକାନ (ଭୋଡାଫୋନ-ଆଇଡିଆ) ବନ୍ଦ କରିବାକୁ ପଡିବ । ସେ ଏହା ମଧ୍ୟ ସଂକେତ ଦେଇଛନ୍ତି ଯେ, ଆଗାମୀ ଦିନରେ ଏଥିରେ ଆଉ ନିବେଶ କରିବେ ନାହିଁ । କହିଛନ୍ତି ଏହାର କୌଣସି ଅର୍ଥ ନାହିଁ ଯେ, ଡୁବୁଥିବା ସ୍ଥିତିରେ ଆହୁରି ଅର୍ଥ ନିବେଶ କରିବା । ଯଦି ସହାୟତା ନମିଳେ ତେବେ କମ୍ପାନୀକୁ ଦୋବାଳିଆ ପ୍ରକି୍ରୟାକୁ ନେଇଯିବୁ ।
ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶ ପରେ ଭୋଡା-ଆଇଡିଆକୁ ସରକାରଙ୍କୁ ପାଖାପାଖି ୫୩ହଜାର କୋଟି ଟଙ୍କା ପଇଠ କରିବା ପାଇଁ ପଡିବ । ଦ୍ୱିତୀୟ ତ୍ରୟୋମାସରେ ଏହି କମ୍ପାନୀକୁ ୫୧ ହଜାର କୋଟିର କ୍ଷତି ହୋଇଥିଲା । ଯାହା ଟେଲିକମ୍‌ ଇତିହାସରେ ଗୋଟିଏ ତିନିମାସରେ ସର୍ବାଧିକ କ୍ଷତି । ଖାଲି ଭୋଡା ନୁହେଁ ଏୟାରଟେଲର ସ୍ଥିତି ମଧ୍ୟ ଠିକ ନାହିଁ । ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀକୁ ୨୩ ହଜାର କୋଟିର କ୍ଷତି ସହିବାକୁ ପଡିଥିଲା । ସୂଚନାଯୋଗ୍ୟ ଯେ, ସ୍ପେକ୍ଟ୍ରମଚାର୍ଜ, ଲାଇସେନ୍ସ ଫି’ ଏବଂ ଏଜିଆର ବକେୟା ମାମଲାରେ ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ପରେ ଟେଲିକମ କମ୍ପାନୀମାନଙ୍କ ଉପରେ ଅଚାନକ ୧.୪ଲକ୍ଷ କୋଟିର ବୋଝ ପଡିଛି । ଏୟାରଟେଲକୁ ମଧ୍ୟ ୬୨ହଜାର କୋଟି ଟଙ୍କା ଦେବାକୁ ହେବ । ତେବେ ସରକାର ଏହି କମ୍ପାନୀମାନଙ୍କୁ ୨ବର୍ଷର ରିହାତି ଦେଇଛନ୍ତି । ଅର୍ଥାତ ୨ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ବକେୟା ଅର୍ଥ ପଇଠ କରିବାକୁ ପଡିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*