କୁପୱାରା ଏନକାଉଣ୍ଟରରେ ୪ ସୁରକ୍ଷାକର୍ମୀ ସହିଦ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର

ଜାମ୍ମୁ-କାଶ୍ମୀରର କୁପୱାରା ଜିଲ୍ଲାର ହାନ୍ଦୱାରାଠାରେ ଶୁକ୍ରବାର ଆତଙ୍କୀଙ୍କ ସହ ଏନକାଉଣ୍ଟରବେଳେ ୪ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିବା ଜଣାପଡିଛି । ସହିଦ୍‌ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆରପିଏଫ୍‌ ର ଜଣେ ଇନ୍ସପେକ୍ଟର, ଜଣେ ଯବାନ ଏବଂ ଜାମ୍ମୁ-କାଶ୍ମୀର ପୁଲିସର ୨ ଜଣ ପୁଲିସ୍‌ ରହିଛନ୍ତି । ଏହି ଘଟଣାରେ ଜଣେ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିବା ସୂତ୍ରରୁ ପ୍ରକାଶ ।
ସୂଚନା ଅନୁଯାୟୀ, ଆତଙ୍କୀ ନିପାତ ଅଭିଯାନବେଳେ ସୁରକ୍ଷାକର୍ମୀମାନେ ୨ ଆତଙ୍କୀକୁ ନିପାତ କରିଥିଲେ । ପରେ ଆତଙ୍କୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ପହଞ୍ଚôବା ପରେ ଭଗ୍ନାବଶେଷ ମଧ୍ୟରେ ମରି ପଡିଥିବା ଭଳି ପଡି ରହିଥିବା ଆତଙ୍କୀ ହଠାତ୍‌ ଉଠିପଡି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିବର୍ଷଣ କରିଥିଲା । ଏଥିରେ ୮ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଖବର ଲେଖା ହେଲାବେଳକୁ ଘଟଣାସ୍ଥଳରେ ଏନକାଉଣ୍ଟର ଜାରି ରହିଥିଲା । ଅପରପକ୍ଷରେ ପୁଞ୍ଚ ଜିଲ୍ଲାର ବାଲାକୋଟ ସେକ୍ଟରରେ ପାକିସ୍ତାନ ପଟୁ ଶୁକ୍ରବାର ଗୁଳିଚାଳନା ଏବଂ ଗୋଳାବାରୁଦ ବର୍ଷଣ ହେଉଥିବା ଜଣାପଡିଛି । ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*