କୁଖ୍ୟାତ ଗଞ୍ଜେଇ ବେପାରୀ ଗିରଫ ଟ୍ରଙ୍କରୁ ମିଳିଲା ୬ଲକ୍ଷ ୪୫ ହଜାର ଟଙ୍କା ସହ ୪ କେଜି ଗଞ୍ଜେଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ମହାମାରୀ କରୋନାକୁ ନେଇ ରାଜ୍ୟବ୍ୟାପୀ ଚାଲିଛି ଲକ୍‌ଡାଉନ କଟକଣା । ଚାରିରେ ବ୍ଲକିଂ ଓ ଚେକିଂକୁ ପୁଲିସ ଜୋରଦାର କରୁଛି । ଅସାମାଜିକ ଯୁବକଙ୍କଠାରୁ ଆରମ୍ଭ କରି ପେଶାଦାର ଅପରାଧୀଙ୍କୁ କାବୁ କରିବା ପାଇଁ କମିଶନରେଟ୍‌ ପୁଲିସ ରାଜଧାନୀର ସମ୍ବେଦନଶୀଳ ଛକ ଗୁଡିକୁ ନାକାବନ୍ଦୀ ଯାଞ୍ଚକୁ କଡାକଡି କରିଛି । କିଛି ପେଶାଦାର ଅପରାଧୀ ଗଳାବାଟ ଦେଇ ସେମାନଙ୍କ ନିଶାକାରବାର ଚଳାଉଛନ୍ତି । ଏହିଭଳି ଜଣେ ପେଶାଦାର ଗଞ୍ଜେଇ ବେପାରୀକୁ ଗିରଫ କରିଛି ଖଣ୍ ଗିରି ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖନ୍ଦଗିରି ଥାନା ଡୁମୁଡୁମା ରଘୁନାଥନଗ ହନୁମାନ ମନ୍ଦିର ନିକଟରେ ରହୁଥିବା ଭାସ୍କର ପ୍ରଧାନ । ଭାସ୍କରଙ୍କଠାରୁ ପୁଲିସ ୩ କେଜି ଗଞ୍ଜେଇ ଜବତ କରିବା ସହ ୬ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତ ଭାସ୍କର ଚତୁରତାର ସହ ଏକ ଟ୍ରମ୍ପ ବାକ୍ସରେ ଏହି ସବୁ ଟଙ୍କାକୁ ଲୁଚାଇ ରଖିଥିଲା । ବୁଧବାର ଦିନ ଭାସ୍କରକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସେହିଭଳି ଭାସ୍କରର ଅନ୍ୟ ଜଣେ ସହଯୋଗୀ ଖସି ପଳାଇଥିବା ଜଣାପଡିଛି । ତାକୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଡୁମୁଡୁମା ରଘୁନାଥନଗର ହନୁମାନ ମନ୍ଦିର ନିକଟରେ ରୁହନ୍ତି ସ୍ୱର୍ଗତ ବୁଦ୍ଧିଆ ପ୍ରଧାନଙ୍କ ପୁଅ ଭାସ୍କର ପ୍ରଧାନ(୫୨) । ଭାସ୍କର ତାର ଅନ୍ୟ ଜଣେ ସହଯୋଗୀ ମିଶି କନ୍ଧମାଳ, ଫୁଲବାଣିରୁ ଗଞ୍ଜେଇ ଆଣି ରାଜଧାନୀର ବିଭିନ୍ନ ଅଂଚଳରେ ବିକି୍ର କରୁଥିଲେ । ଖାଲି ସେତିକି ନୁହେଁ ପେଶାଦାର ଅପରାଧୀଙ୍କୁ ଭାସ୍କର ଗଞ୍ଜେଇ ସପ୍ଳାୟୀ ମଧ୍ୟ କରେ । ଦୀର୍ଘ ଦିନ ଧରି ଘରେ ଗଞ୍ଜେଇ ରଖି ଭାସ୍କର ବ୍ୟବସାୟ କରି ଆସୁଥିଲା । ମଙ୍ଗଳବାର ଅପରାହ୍ନରେ ଖନ୍ଦଗିରି ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ର ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ, ଭାସ୍କର ତାଙ୍କ ଘରେ ଗଞ୍ଜେଇ ରଖି ବ୍ୟବସାୟ କରୁଛନ୍ତି । ଥାନା ଅଧିକାରୀ ଶ୍ରୀ ମହାପାତ୍ର ଓ ଏସ୍‌ଆଇ ଶିଶିର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଅତର୍କିତ ଭାବେ ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ଉ କରିଥିଲେ । ପୁଲିସକୁ ଦେଖି ଭାସ୍କର ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୁଲିସ ତାଙ୍କୁ କାବୁ କରି ନେଇଥିଲା । ପରେ ପୁଲିସ ଘରେ ଖାନତଲାସୀ କରି ଗଞ୍ଜେଇକୁ ଜବତ କରିଥିଲା । ଅଭିଯୁକ୍ତ ଏକ ଟ୍ରଙ୍କବକ୍ସରେ ପୁଳା ପୁଳା ଟଙ୍କାକୁ ଲୁଚାଇ ରଖବଥିଲା । ପୁଲିସର ସନେ୍ଦହ ହେବାରୁ ସେ ଟ୍ରଙ୍କକୁ ଖୋଲି ଦେଖିବା ବେଳକୁ ଏତେ ପରିମାଣର ଟଙ୍କାକୁ ଦେଖି ଚକିତ ହୋଇପଡିଥିଲେ । ପରେ ପୁଲିସ ଗଞ୍ଜେଇ ଓ ଟ୍ରଙ୍କ ସହ ଥାନାକୁ ନେଇଥିଲା । ପରେ ପୁଲିସ ଟଙ୍କାକୁ ଟ୍ରଙ୍କରୁ ଆଣି ଗଣିବା ପରେ ସେଥିରୁ ବାହାରିଥିଲା ୬ଲକ୍ଷ ୪୫ ହଜାର ୨ ଟଙ୍କା । ବୁଧବାର ଦିନ ଭାସ୍କରକୁ କୋର୍ଟ ଚାଲାଣ କରାଯାଇଛି । ସେହିଭଳି ରଘୁନାଥ ପ୍ରଧାନ ସାହିରେ କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ଖାଇବା ସହ ବ୍ୟବସାୟ କରୁଥିବା ଜଣାପଡିଛି । ହସ୍ପିଟାଲ ପଛପଟେ ଥିବା ଚା’ ଦୋକାନ ଗୁଡିକୁ ଯଦି ପୁଲିସ ଚଢ଼ଉ କରି ଯାଞ୍ଚ କରିନ୍ତା ତା ହେଲେ ବହୁ ଗଞ୍ଜେଇ ବେପାରୀ ଧରାପଡନ୍ତେ । ଏହି ଗଞ୍ଜେଇ ବେପାରୀମାନେ ଗଞ୍ଜେଇ ଖାଇ ରଘୁନାଥ ଅଂଚଳରେ ଅପ୍ରତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*