କୁଆଡ଼େ ଗଲେ? ଏବେ ଦର୍ଶନ ଦିଅନ୍ତୁ ବୈଷ୍ଣବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଜ୍ୟ ବାହାରୁ ଯଉଁମାନେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଚନ୍ତି ସେମାନେ ସମସ୍ତେ ଗୋଟିଏ ଲାଉର ମଞ୍ଜି । ସିଏ ଏସ୍‌ଆର୍‌ ବୋମାଇ, ବଲବୀର ପୁଞ୍ଜ, ଛତ୍ରପାଲ ସିଂ ଲୋଧା, ବାସୁଦେବ ପାନିକର ହୁଅନ୍ତୁ କି ଅଶ୍ୱିନୀ ବୈଷ୍ଣବ । ଏମାନେ ଯଉଁ ରାଜ୍ୟର ମୂଳ ଲୋକ ସେହି ରାଜ୍ୟ ଆଡ଼କୁ ବେଶୀ ଟାଣି ହୁଅନ୍ତି । ଅଶ୍ୱିନୀ ବୈଷ୍ଣବ ସେଥିରୁ ଅଲଗା ବାହାରିବେ କି?
ତେବେ ଓଡ଼ିଶାରୁ ବାହାର ରାଜ୍ୟର ଯଉଁମାନେ ରାଜ୍ୟସଭା ଯାଇଚନ୍ତି ସେମାନଙ୍କ ସହ ବୈଷ୍ଣବଙ୍କର ସାମାନ୍ୟ ପ୍ରଭେଦ ଅଛି । ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍‌ ଅଫିସର । ବିଭିନ୍ନ ଜିଲାରେ ଜିଲାପାଳ ହେଇ ଭଲ କାମ କରିଥିଲେ । କିନ୍ତୁ ସବୁ ତପସ୍ୟା ଶୁଖୁଆ ପୋଡାରେ ସାରିଲେ ।
ଗତବର୍ଷ ଜୁନ୍‌ରେ ପିଏମ୍‌ ମୋଦୀଙ୍କ ମେହେରବାନୀ ଓ ସିଏମ୍‌ ପଟନାୟକଙ୍କ ଅସହାୟତା କାରଣରୁ ବୈଷ୍ଣବ ପଦ୍ମ ଦଳରୁ ଯାଇଥିଲେ ରାଜ୍ୟସଭା । ତାଙ୍କ ପାଖରୁ ଦଳ ଓ ରାଜ୍ୟ ବହୁତ କିଛି ଆଶା କରୁଥିଲା । ପ୍ରଧାନମନ୍ତ୍ରୀ ବାଜପେୟୀଙ୍କର ସିଏ ଥିଲେ ବ୍ୟକ୍ତିଗତ ସଚିବ । ଯୋଗ୍ୟତା ଓ ପ୍ରତିଭା ଅଛି । ଆଇଏଏସ୍‌ ଚାକିରୀ ଛାଡି ଦେଇ ତି୍ରବେଣୀ ଭଜନରେ ଭାରି ମାତିଯାଇଥିଲେ ବୈଷ୍ଣବ । ଗୁଜୁରାଟ ଦଙ୍ଗା ବେଳେ ପିଏମ୍‌ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଗୁଜୁରାଟ ସିଏମ୍‌ ମୋଦୀଙ୍କୁ କ’ଣ ସାହାଯ୍ୟ କରିଥିଲେ କେଜାଣି ଉପକାର ସୁଝାଇବା ପାଇଁ ସଂଖ୍ୟା ନଥାଇ ବି ମୁଖିଆଙ୍କ ଆଶୀର୍ବାଦରେ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ କରେଇ ଦେଲେ । ପ୍ରାର୍ଥୀ ଘୋଷଣା ପରେ ପଦ୍ମ ଧରିଥିଲେ ବୈଷ୍ଣବ । ଜିିତିବା ପରେ ବାବୁ କହିଥିଲେ ଯେ, ସେ ରାଜ୍ୟ ଓ ଦଳ ପାଇଁ କାର୍ଯ୍ୟ କରିବେ । ଜିତିବା ପରେ ଖଣି ଇଲାକାରେ ଥରେ ଦି’ଥର ତାଙ୍କ ମୁହଁ ଦେଖିଚନ୍ତି ସେଠିକାର ଲୋକେ । ହେଇପାରେ ତି୍ରବେଣୀ ସଂଗମରେ ଗାଧୋଇଥିବା ବ୍ୟକ୍ତି ଏତେ ଶୀଘ୍ର ସେ ଅନୁଭୂତି ଭୁଲିପାରୁନଥିବେ ।
କିନ୍ତୁ ନା ଦଳ ପାଇଁ ନା ରାଜ୍ୟ ପାଇଁ? ସବୁ ନିର୍ବାଚିତ ଲୋକସଭା ସଦସ୍ୟ ଲାଗିପଡିଚନ୍ତି ନିଜ ଅଞ୍ଚଳ ଓ ଦଳ ଲାଗି । ସୁରେଶ ପୂଜାରୀ ହୁଅନ୍ତୁ କି ଅପରାଜିତା । କରୋନା ସମୟରେ ସେମାନଙ୍କ ଦର୍ଶନ ପାଇଚନ୍ତି ରାଜ୍ୟବାସୀ । କାମ ବି କରୁଚନ୍ତି । ହେଲେ ପଦ୍ମ ଦଳିଆ ଖୋଜି ହଉଚନ୍ତି ବାବୁ ବୈଷ୍ଣବ କଲେ କୁଆଡ଼େ? କେବେ ମିଳିବ ଦର୍ଶନ?
ରାଜ୍ୟ କଥା ଭାବନ୍ତୁ ତ ଥରେ । ବଲବୀର ପୁଞ୍ଜଙ୍କୁ ଅନ୍ତତଃ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ମାତ୍ର ବୈଷ୍ଣବ ବୋଧହୁଏ ଆନୁଗତ୍ୟକୁ ଦି’ଫାଳ କରିଦେଇଚନ୍ତି । ତାଙ୍କ ଆନୁଗତ୍ୟ ମୋଦୀ ଓ ନବୀନଙ୍କ ଭିତରେ ଭାଗ ହେଇଯାଇଚି । ମୋଦୀ ବାଛି ଥିଲେ । ନବୀନ ହେଲପ୍‌ କରିଥିଲେ । ଏଥିରେ ତି୍ରବେଣୀର ହାତ ଥିଲା କି ନାହିଁ ଭଗବାନ ଜାଣନ୍ତି । ତେଣୁ ଯାହାଙ୍କର ପିଏମ୍‌, ସିଏମ୍‌ କନେକସନ୍‌ ଅଛି, ସିଏ କାଇଁକି ଦଳ ନା ରାଜ୍ୟ କଥା ଭାବିବ? ଏମାନେ କ’ଣ ତାଙ୍କର ଉଖାଡି ପକାଇବେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*