କୁଆଖାଇରେ ପ୍ଲାଷ୍ଟିକ୍ ସଫେଇ ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ସପ୍ତାହର ଶେଷ ଦିନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯୁବ ସାମ୍ମୁଖ୍ୟ ତରଫରୁ କୁଆଖାଇ ନଦୀପଠାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । ବିଏମ୍ସି ତରଫରୁ ଅସ୍ଥାୟୀ ପୋଖରୀ ତିଆରି କରାଯାଇଥିଲେ ମଧ୍ୟ ବିଭିନ୍ନ କମ୍ପାନୀରୁ ବାହାରୁଥିବା ଆବର୍ଜନା ଦ୍ରବ୍ୟ ଓ ଘରୋଇ ବ୍ୟବହୃତ ସାମଗ୍ରୀ ତଥା ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜାର ମୂର୍ତ୍ତି, ପ୍ଲାଷ୍ଟିକ ସାମଗ୍ରୀ, ପଲିଥିନ୍ ଓ ଅନ୍ୟାନ୍ୟ ସାମଗ୍ରୀମାନ କୁଆଖାଇ ନଦୀରେ ବିସର୍ଜନ କରି ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ସର୍ଦ୍ଦାର ବଲ୍ଲଭାଇ ପଟେଲ ଯୁବ ସାମ୍ମୁଖ୍ୟ ତରଫରୁ ମୂର୍ତ୍ତି ସହିତ ଏହିସବୁ ବର୍ଜ୍ୟବସ୍ତୁ ସଫେଇ କରି ପ୍ଲାଷ୍ଟିକମୁକ୍ତ ସମାଜ ଓ ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରଦାନ କରିଥିଲେ । ଏହାପରେ ବିଏମ୍ସିର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କୁଆଖାଇ ନଦୀ ସଫେଇରୁ ବାହାରିଥିବା ଆବର୍ଜନା ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଦେବଦତ୍ତ ଚୌଧୁରୀ, ଏନ୍ ସମ୍ବିତ ଦାସ, ନବଘନ ବେହେରା, ପ୍ରୀତିଶ ରଞ୍ଜନ ଦାସ, ନିଲୁ ଖୁଣ୍ଟିଆ, ଚିନ୍ମୟୀ ସ୍ୱାଇଁ, ଅମିତ କୁମାର ସାହୁ, କିଷନ କୁମାର ସାଥୁଆ, ଲିପା ଦାସ ଓ ବିଜୟ ଭାଇ, ବିଶ୍ୱଜିତ୍ ପ୍ରମୁଖ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମକୁ ପର·ଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*