କୁଆଖାଇରେ ପୁଣି ଅଘଟଣ ନଦୀରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ମୃତ : ୫ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର : ରାଜଧାନୀ ଉପଖନ୍ଦ କୁଆଖାଇ ନଦୀରେ ବୁଡିଯାଇ ପୂର୍ବରୁ ଅନେକ ଛାତ୍ରଙ୍କ ପ୍ରାଣହାନୀ ଘଟିଥିବାବେଳେ ରବିବାର ସକାଳୁ ପୁଣି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତୁ୍ୟ ଘଟିଛି । ମୃତକ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତାଙ୍କ ନାମ ମନିନ୍ଦ୍ର ଖଟୁଆ ଓ କେନ୍ଦ୍ରପଡା ଟାଉନ୍ ଥାନା ଅଧିନ ମନକର୍ପୁର ବୋଲି ପୁଲିସ୍ ସୂଚନା ଦେଇଛି । ସେ ଓଇସି କଲେଜର ଇଲେକ୍ଟ୍ରୋନିକ୍ସ୍ ବିଭାଗ ୪ର୍ଥ ବର୍ଷ ଛାତ୍ର । ସୂଚନାଯୋଗ୍ୟ, ରବିବାର ବାଙ୍କୁଆଳ କୁଆଖାଇ ତୁଠ ନିକଟରେ କିଛି ଲୋକ ଭୋଜି ଆସର ଜମାଇଥିଲେ । ଅପରାହ୍ନରେ ମୃତ ମନିନ୍ଦ୍ର ସମେତ ୬ ଜଣ ଛାତ୍ର ଉପରୋକ୍ତ ନଦୀକୁ ଗାଧୋଇ ଯାଇଥିଲେ । ସେମାନେ ଗାଧୋଇବା ସମୟରେ ଭୋଜି କରୁଥିବା ଜଣେ ବ୍ୟକ୍ତି ତୁଠ ନିକଟରେ ବୁଡି ଯାଉଥିବା ଛାତ୍ରମାନେ ଦେଖିବାକୁ ପାଇଥିଲେ । ବୁଡି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କରିବାକୁ ମନିନ୍ଦ୍ର ଓ ତାଙ୍କ ଜଣେ ସହପାଠୀ ଗଭୀର ଜଳ ମଧ୍ୟକୁ ପଶିଯାଇଥିଲେ । ଜୀବନକୁ ବାଜି ଲଗାଇ ମନିନ୍ଦ୍ର ବୁଡିଯାଉଥିବା ବ୍ୟକ୍ତିକୁ ବଞ୍ଚାଇଥିଲେ । କିନ୍ତୁ ସେ ନିଜେ ଗଭୀର ଜଳ ଭିତରେ କିଛି ଥଳକୂଳ ପାଇନଥିଲେ । ସମସ୍ତଙ୍କ ସମ୍ମୁଖରେ ସେ ନିଖୋଜ ହୋଇଯାଇଥିଲେ । ଉପସ୍ଥିତ ସହପାଠୀମାନେ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ବାଲିଅନ୍ତା ଦମକଳ ବାହିନୀ ସମେତ ବାଳକାଟି ଓ ସହିଦନଗର ପୁଲିସ୍ ପହଞ୍ଚି ମନିନ୍ଦ୍ରକୁ ଉଦ୍ଧାର କରିବାକୁ ଅପରେସନ୍ ଚଳାଇଥିଲେ । ବିଫଳ ହେବାରୁ ଘଟଣାସ୍ଥଳରେ କଳ୍ପନା ଦମକଳ ବାହିନୀର ଏକ ଟିମ୍ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରିବା ପରେ ମନିନ୍ଦ୍ରଙ୍କୁ ଉଦ୍ଧାର କରିଥିଲା । ସେତେବେଳକୁ ପ୍ରାୟ ଦେଢ଼ ଘଣ୍ଟା ଅତିକ୍ରମ କରିଯାଇଥିଲା । ଫଳରେ ମନିନ୍ଦ୍ରଙ୍କ ମୃତୁ୍ୟ ହୋଇସାରିଥିଲା । ଏହାପରେ ଦମକଳ ବାହିନୀ ମନିନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ବାଳକାଟି ଫାନ୍ଦି ପୁଲିସ୍ ମନିନ୍ଦ୍ରଙ୍କ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିଲା । ଏସଂକ୍ରାନ୍ତରେ ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ସୋମବାର ବ୍ୟବଛେଦ ପରେ ଛାତ୍ରଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ କହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*