କିଶନଗର ବିକାଶ ମଞ୍ଚର ଆନେ୍ଦାଳନ ଚେତାବନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କିଶନନଗର

କିଶନନଗରବାସୀଙ୍କ ମୌଳିକ ଅଧିକାରକୁ ନେଇ ୩ ବର୍ଷ ହେବ ଆନେ୍ଦାଳନ କରାଯାଉଛି । ମାତ୍ର ପ୍ରତିଶ୍ରୁତି କାଗଜ କଲମରେ ସୀମିତ ହୋଇ ରହିଯାଉଛି । ବିକାଶ ମଞ୍ଚର ସଭାପତି ସୈମୁଦ ସାଜିଦ ଅଲ୍ଲୀ ଓ ସାଧାରଣ ସମ୍ପାଦକ ସୀତାରାମ ପନ୍ଦା ସୂଚନା ଦେଇ କହିôଥଲେ ଯେ କିଶନନଗର କଟକ ଜିଲ୍ଲାରେ ଥାଇ ମଧ୍ୟ ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଜଗତସିଂହପୁର ଜିଲ୍ଲାରେ ରହିଛି । ଫଳରେ ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଗତ ଜୁନ ୩୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାରୁ କଟକ ଜିଲ୍ଲାକୁ ଆସିବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ତାହା ହେଲା ନାହିଁ । ସେହିପରି କିଶନନଗର ଅଞ୍ଚଳରେ ଏକ ଦମକଳକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସବ୍ରେଜିଷ୍ଟାର କାର୍ଯ୍ୟାଳୟ ଆଦି ଦାବିରେ ରହିଯିବା ଭଳି ମନେ ହେଉଛି । ତେଣୁ ପୁନର୍ବାର ୨୪ ତାରିଖରୁ ଆନେ୍ଦାଳନ ଆରମ୍ଭ କରିବା ପାଇଁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ପ୍ରତାପ ଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ବାରିକ, କୋଷାଧ୍ୟକ୍ଷ ଅଶୋକ ସାମଲ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*