କିଲେ ପଲିଥିନ ବଦଳରେ କିଲେ ଆଳୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ପୋଡ଼ାମାରି
ପୋଡ଼ାମାରି ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ଆଗାମୀ ବର୍ଷ ପାଇଁ ହେବାକୁ ଯାଉଥିବା ବହୁବିଧ ଉନ୍ନୟନମୂଳକ କାର୍ଯ୍ୟ ଖସଡ଼ାକୁ ନେଇ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ, ଗ୍ରାମ ସେବକ ଏମ୍‌ ଜାନକୀରାମ ପାତ୍ରଙ୍କ ସମେତ ପ୍ରଭାକର ସାହୁ, ଭାସ୍କର ପାଢ଼ୀ, ଉମାଚରଣ ପାଣିଗ୍ରାହୀ, ରବିନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ନିଜ ନିଜର ପଞ୍ଚାୟତରେ ହେଉଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଗ୍ରାମସଭାରେ ପ୍ରତି ୱାର୍ଡରୁ ୱାର୍ଡ ସଭ୍ୟମାନେ ନିଜ ନିଜର ଦାବି ଲିଖିତ ଭାବେ ଉପସ୍ଥାପନ କରିଥିଲେ । ସରପଞ୍ଚ ତାଙ୍କ ନିଜ ଖର୍ଚ୍ଚରେ ‘ଏକ କିଲୋ ପ୍ଲାଷ୍ଟିକ ବଦଳରେ ଏକ କିଲୋ ଆଳୁ’ ଭଳି ମିଶନ କାର୍ଯ୍ୟକାରୀ କରୁଥିବା ନେଇ ସରପଞ୍ଚ ପ୍ରତିନିଧି ଜଣାଇଥିଲେ । ଯାହାକି ସମଗ୍ର ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିଛି । ଅନ୍ୟ ଏକ ନିଷ୍ପତି ଅନୁଯାୟୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରୁ ଜାତୀୟ ରାଜପଥ ୩୨୬ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ସାନଖେମୁନ୍ଦିର ଶେଷ ଶାସକ, ପକ୍ଷୀ ଗବେଷକ ଡ. ଉଦୟ ନାରାୟଣ ଦେବଙ୍କ ସମ୍ମାନରେ ‘ଦେବ ନଗର’ ରୂପେ ନାମିତ କରିବା ପାଇଁ ଗ୍ରାମସଭାରେ ଏକ ପ୍ରସ୍ତାବ ଆଗତ ହୋଇଥିଲା । ସଭା ଶେଷରେ ନିରଦ ଗୌଡ଼ ଧନ୍ୟବାଦ ଅର୍ପଣ କରିବା ସହ ସଭା ଶେଷ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*