କିନ୍ନର ଅଧିକାର ବିଲ୍‌ ସଂସଦରେ ପାରିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୂଆଦିଲ୍ଲୀ

କିନ୍ନରଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରୁଥିବା ବିଲ୍‌ ଲୋକସଭାରେ ପାରିତ ହେବାର ୩ ମାସ ପରେ ଏହା ମଙ୍ଗଳବାର ରାଜ୍ୟସଭାରେ ପାରିତ ହୋଇଯାଇଛି । ଏହି ବିଲ୍‌ କିନ୍ନରଙ୍କୁ ନିଯୁକ୍ତି, ଶିକ୍ଷାଗ୍ରହଣ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈଷମ୍ୟତାରୁ ରକ୍ଷା କରିବ । ବିଲ୍‌ରେ ଜଣେ ବ୍ୟକ୍ତି କିନ୍ନର କି ନୁହେଁ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନେଇ ଥିବା ଏକ ପ୍ରାବଧାନକୁ କିଛି ସଦସ୍ୟ ବିରୋଧ କରିବା ପରେ ଲଏହାକୁ ହଟାଇ ଦିଆଯାଇଛି ବୋଲି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱାର ଚାନ୍ଦ ଗେହଲଟ ସୂଚନା ଦେଇଥିଲେ । ହେଲେ ଶିଶୁଙ୍କ କ୍ଷେତ୍ରରେ ତାର ବାପାମା’ ଏସଂକ୍ରାନ୍ତ ସାର୍ଟିଫିକେଟ୍‌ ପାଇବା ପାଇଁ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଥିଲେ । ଏସଂକ୍ରାନ୍ତ ଆଇନ୍‌ କୁ କାର୍ଯ୍ୟକାରୀ କରିବା ସକାଶେ ସରକାର ଏକ ଜାତୀୟ ପରିଷଦ ଗଠନ କରିବେ । ଏହା ପରେ କିନ୍ନରମାନେ ରାଜ୍ୟ ଏବଂ କେନ୍ଦ୍ର ପକ୍ଷରୁ ଘୋଷିତ ବିଭିନ୍ନ ସୁବିଧା ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*