କିଟ୍‌ରେ ଫେବୃଆରୀ ୨୨ରୁ ଖେଲୋ ଇନ୍ଦିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଓଡ଼ିଶାକୁ ପୁଣି ଆସିଛି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା । ଖେଲୋ ଇନ୍ଦିଆ ସ୍କୁଲ କ୍ରୀଡ଼ାର ବ୍ୟାପକ ସଫଳତା ପରେ କେନ୍ଦ୍ର ସରକାର ଗୋଟିଏ ସ୍ଥାନରେ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା କରିବାର ଯୋଜନା କରିଛନ୍ତି । ଆଉ ଓଡ଼ିଶା ପାଇଁ ଖୁସିର ଖବର ଯେ, ପ୍ରଥମ ଖେଲୋ ଇନ୍ଦିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୦ ଫେବୃଆରୀ ୨୨ରୁ ମାର୍ଚ୍ଚ ପହିଲା ଯାଏଁ ଭୁବନେଶ୍ୱର ସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । କେନ୍ଦ୍ର କ୍ରୀଡ଼ା ବିଭାଗ, ସାଇ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଙ୍ଗଠନ ସହ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଏହାର ଆୟୋଜକ ହୋଇଥିଲା ବେଳେ ଆୟୋଜନର ଭାର କିଟ୍‌ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ସେଥିରେ ମୋଟ ୧୫ଟି ଖେଳ ବିବିଧ ଇଭେଣ୍ଟ ଅନୁଷ୍ଠିତ ହେବ । ହକି, ଫୁଟବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଟେନିସ୍‌ ଏବଂ ଭଲିବଲର ଦଳଗତ କ୍ରୀଡ଼ା ସହ ଆର୍ଚେରୀ, ଆଥଲେଟିକ୍ସ, ବକ୍ସିଂ, ଫେନ୍ସିଂ, ଜୁଡୋ, ସୁଇମିଂ, ରେସଲିଂ ତଥା ଭାରୋତ୍ତଳନରେ ବ୍ୟକ୍ତିଗତ ଲଢ଼େଇ ଅନୁଷ୍ଠିତ ହେବ । ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬ହଜାରରୁ ବେଶୀ ଖେଳାଳି ଓ ଅଫିସିଆଲମାନେ ଏହି ପ୍ରଥମ ବଡ଼ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ସାମିଲ ହେବେ । ନିକଟରେ ବିଭିନ୍ନ ଜାତୀୟ ଫେଡେରେସନର ୭ ଜଣିଆ ପ୍ରତିନିଧିମନ୍ଦଳୀଙ୍କ ସହ ବରିଷ୍ଠ ଅଧିକାରୀମାନେ କିଟ୍‌ ଓ କିସ୍‌ ପରିସର ବୁଲିବା ସହ କ୍ରୀଡ଼ା ଭିତ୍ତିଭୂମି ଅନୁଧ୍ୟାନ କରି ପ୍ରୀତ ହେବା ସାଙ୍ଗକୁ ଖେଲୋ ଇନ୍ଦିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ଭାର ପ୍ରଦାନ କରିବାକୁ ସହମତି ଦେଇଥିଲେ । ଏପରି ଏକ ପ୍ରମୁଖ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ ଭାର ପ୍ରଦାନ କରାଯାଇଥିବାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚୁ୍ୟତ ସାମନ୍ତ ସାଇ,କେନ୍ଦ୍ର କ୍ରୀନା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*