କିଟ୍‌କୁ ମିଳିଲା ଆନ୍ତର୍ଜାତିକ ଆଇଏସ୍‌ଏଏସ୍‌ ବ୍ୟାଜ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଛି ସମ୍ମାନଜନକ ଇଣ୍ଟରନ୍ୟାସ୍‌ନାଲାଇଜେସନ୍‌ ଷ୍ଟ୍ରାଟେଜିଜ୍‌ ଆଡଭାଇଜରୀ ସର୍ଭିସ୍‌ (ଆଇଏସ୍‌ଏଏସ୍‌) ବ୍ୟାଜ୍‌ । ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍‌ସିକୋର ପୁବେଲାଠାରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ (ଆଇଏୟୁ ବା ଇଣ୍ଟରନ୍ୟାସ୍‌ନାଲ୍‌ ଆସୋସିଏସସନ୍‌ ଅଫ୍‌ ୟୁନିଭର୍‌ସିଟିଜ୍‌) ପକ୍ଷରୁ ‘ଟ୍ରାନ୍‌ଫର୍‌ମିଂ ହାଇଅର୍‌ ଏଜୁକେସନ୍‌ ଫର୍‌ ଦି ଫୁ୍ୟଚର୍‌’ ଉପରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ବ୍ୟାଜ୍‌ ପ୍ରଦାନ କରାଯାଇଛି । ଆଇଏୟୁର ସଭାପତି ପାମ୍‌ ଫ୍ରେଡ୍‌ମ୍ୟାନ୍‌ ଏବଂ ଏହାର ପ୍ରାକ୍ତନ ମହାସଚିବ ଇଭା ଏଗରନ୍‌ ପୋଲକଙ୍କ ଉପସ୍ଥିତିରେ କିଟ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କିଟ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ ।
ଖବରରେ ସନ୍ତୋଷ ବ୍ୟକ୍ତ କରି ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି, କିଟ୍‌ ମଧ୍ୟ ପ୍ରାରମ୍ଭରୁ ନିଜସ୍ତରରେ ଏବଂ ଅନ୍ତର୍ଜାତୀୟସ୍ତରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବାରୁ ଏଭଳି ଆନ୍ତର୍ଜାତିକ ସମ୍ମାନ ମିଳିବା ସମ୍ଭବ ହୋଇପାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*