କିଙ୍ଗ୍‌ଖାନ୍‌ଙ୍କ ନାୟିକା ହେବେ କ୍ୟାଟ୍ରିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

‘ମିସ୍‌ ଆଣ୍ଡ୍‌ ମିସେଜ୍‌ କପ୍ସ୍‌’ର ହିନ୍ଦୀ ରିମେକ୍‌ରେ ଏକାଠି କାମ କରିବାକୁ ଯାଉଛନ୍ତି ଶାହରୁଖ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ । ଆନନ୍ଦ ଏଲ୍‌. ରୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ୍‌ ମୁଖ୍ୟ ଭୂମିକାରେ ନୁହେଁ ବରଂ ଜଣେ ପ୍ରଯୋଜକ ଭାବେ କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଫିଲ୍ମ ‘ଜିରୋ’ରେ ଉଭୟେ ଅଭିନୟ କରିଥିଲେ । ସୂଚନାଥାଉ ଯେ, ଶାହରୁଖ୍‌ ଏବଂ ଆନନ୍ଦ ମିଶି ଏହି ଆକ୍ସନ୍‌ ଫିଲ୍ମକୁ ପ୍ରଡ୍ୟୁସ୍‌ କରୁଥିବା ବେଳେ କ୍ୟାଟ୍ରିନା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏଥିସହିତ ଏହି ରୋଲଟି ପାଇଁ କ୍ୟାଟ୍ରିନା ମଧ୍ୟ ରାଜି ହୋଇସାରିଥିବା ଶୁଣିବାକୁ ମିଳିଛି । ଏହି ଫିଲ୍ମଟି କୋରିଆନ୍‌ କ୍ରାଇମ୍‌ ଫିଲ୍ମ ‘ମିସ୍‌ ଆ ମିସେଜ୍‌ କପ୍ସ୍‌’ର ହିନ୍ଦୀ ରିମେକ୍‌ ଅଟେ । ଏହା ଚଳିତ ବର୍ଷ ମେ ମାସରେ ରିଲିଜ୍‌ ହୋଇଥିଲା । ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଔପଚାରିକ ଭାବେ ଘୋଷଣା ହୋଇନାହିଁ । ଫିଲ୍ମର କାହାଣୀ ଅନୁଯାୟୀ ଫିଲ୍ମରେ ଦୁଇଜଣ ଫିମେଲ ଲିଡ୍‌ ଅଛନ୍ତି । ଏହାଛଡ଼ା ଅନ୍ୟ ମୁଖ୍ୟ ଭୂମିକା ଲାଗି ବିଦ୍ୟା ବାଲାନ୍‌ଙ୍କୁ ସାଇନ୍‌ କରାଯିବ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମର ନିର୍ଦ୍ଦେଶନା ଅନିରୁଦ୍ଧ ଗଣପତି ଦେଉଛନ୍ତି । ସୂଚନା ଥାଉ ଯେ, ଆନନ୍ଦଙ୍କ ସହିତ ଅନିରୁଦ୍ଧ ଦୀର୍ଘ ଦିନ ଧରି ଏକାଠି କାମ କରିଆସୁଛନ୍ତି ।
କ୍ୟାଟ୍ରିନାଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ରୋହିତ୍‌ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ବହୁ ଦିନର ବ୍ୟବଧାନ ପରେ ଏଥିରେ କ୍ୟାଟ୍ରିନାଙ୍କ ଅପୋଜିଟ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳୁଛି । ଏହା ଆସନ୍ତାବର୍ଷ ମାର୍ଚ୍ଚ ମାସ ୨୭ରେ ରିଲିଜ୍‌ ହେବ । ଏହା ବ୍ୟତୀତ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଜନୀତି-୨’ରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ । ଏଥିରେ ତାଙ୍କ ବିପକ୍ଷରେ ରଣବୀର କପୁର ଅଭିନୟ କରୁଛନ୍ତି । ତେବେ ବହୁ ଦିନ ପରେ କାଟ୍ରିନା ଏବଂ ରଣବୀରଙ୍କୁ ତାଙ୍କ ପ୍ରଶଂସକ ପୁଣିଥରେ ପରଦାରେ ଦେଖିବାକୁ ପାଇବେ । 

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*