କିଙ୍ଗମେକର ଦୁଷ୍ୟନ୍ତ ଦେବୀଲାଲ୍‌ଙ୍କ ରାଜନୈତିକ ଉତ୍ତରାଧିକାରୀ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଚନ୍ଦିଗଡ଼

ହରିଆନା ବିଧାନସଭା ନିର୍ବାଚନରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତାପାର୍ଟି (ଜେଜେପି) ୧୦ଟି ଆସନରେ ବିଜୟଲାଭ କରିଛି । ଅନ୍ୟପଟେ ଅଭୟ ଚୌଟାଲାଙ୍କ ଇନ୍ଦିଆନ୍‌ ନ୍ୟାସନାଲ ଲୋକଦଳ (ଆଇଏନ୍‌ଏଲଡି)କୁ ମିଳିଛି ମାତ୍ର ଦୁଇଟି ଆସନ । ଦେଶର ଉପପ୍ରଧାନମନ୍ତ୍ରୀ ରହିଥିବା ଚୌଧୁରୀ ଦେବୀଲାଲ୍‌ଙ୍କ ପୁଅ ଓମ୍‌ ପ୍ରକାଶ ଚୌଟାଲାଙ୍କ ଦୁଇ ପୁଅ ଅଜୟ ଏବଂ ଅଭୟ ଚୌଟାଲାଙ୍କ ମଧ୍ୟରେ ରାଜନୈତିକ ମତଭେଦ ଓ ପୃଥକ ଧାରାରେ ଯିବାର ନିଷ୍ପତ୍ତି ପରେ ଏହା ଥିଲା ଏହି ପରିବାର ପାଇଁ ବଡ଼ ନିର୍ବାଚନ । ଆଉ ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ହରିଆନାର ଲୋକେ ଚୌଧୁରୀ ଦେବୀଲାଲଙ୍କ ରାଜନୈତି ଉତ୍ତରାଧିକାରୀ ଭାବେ ଅଜୟ ଚୌଟାଲାଙ୍କ ପୁଅ ଦୁଷ୍ୟନ୍ତ ଚୌଟାଲାଙ୍କୁ ଇଭିଏମ୍‌ରେ ବଟନ ଦାବି ମନୋନୀତ କରିଛନ୍ତି । ଆଉ ଅଭୟଙ୍କ ଠାରୁ ଦୂରେଇ ଯାଇଛନ୍ତି ।
ଗତବର୍ଷ ଡିସେମ୍ବରରେ ଯେତେବେଳେ ଆଇଏନ୍‌ଏଲଡିରୁ ବିଦା ହୋଇ ଜେଜେପି ଗଠନ ହେଲା ସେତେବେଳେ ପ୍ରଥମ ପରୀକ୍ଷାରେ ହରିଆନା ଜନତା ଦେଖାଇ ଦେଇଥିଲେ ସେମାନେ କାହା ପଟେ ଅଛନ୍ତି । ଜେଜେପି ନିଜ କ୍ଷମତାର ପ୍ରଥମ ସଫଳତା ସେତେବେଳେ ପାଇଲା ଯେତେବେଳେ ୨୮ ଜାନୁଆରୀ ଜିନ୍ଦ ଉପନିର୍ବାଚନରେ ଦଳ ମଇଦାନକୁ ଆସିଲା । ଭାଜପା କଂଗ୍ରେସ, ଆଇଏନ୍‌ଏଲଡି ସହ ଲଢେଇରେ ଦୁଷ୍ୟନ୍ତଙ୍କ ସାନଭାଇ ଦିଗ୍‌ବିଜୟ ଜେଜେପିର ପ୍ରାର୍ଥୀ ଭାବେ ପାଇଥିଲେ ୩୭,୬୩୧ଭୋଟ୍‌, ରହିଥିଲେ ଦ୍ୱିତୀୟ ସ୍ଥାନରେ । ୨୦୧୪ରେ ଏହି ଆସନରୁ ବିଜୟ ଲାଭ କରିଥିବା ଆଇଏମଏଲଡିର ପ୍ରାର୍ଥୀ ପାଇଥିଲେ ମାତ୍ର ୩୪୫୪ ଭୋଟ୍‌ । ୨୦୧୪ ବିଧାନସଭା ନିର୍ବାଚନରେ ଆଇଏନଏଲଡିକୁ ରାଜ୍ୟରେ ମିଳିଥିଲା ୧୯ଟି ଆସନ ।
‘ଜନନାୟକ’ର ଯାତ୍ରା
ବିଧାନସଭା ନିର୍ବାଚନ ଫଳାଫଳ ଏହା ସ୍ପଷ୍ଟ କରିଛି ଯେ, କିଙ୍ଗ ମେକର ବନିଛନ୍ତି ଦୁଷ୍ୟନ୍ତ । ତାଙ୍କ ଦଳର ନିର୍ବାଚନୀ ଚିହ୍ନ ଚାବି ଏବେ ରାଜ୍ୟ କ୍ଷମତାର ଚାବି ପାଲଟିଛି । ଗତବର୍ଷ ୯ ଡିସେମ୍ବରରେ ଜେଜେପି ନାମରେ ଦୁଷ୍ୟନ୍ତ ଆରମ୍ଭ କରିଥିଲେ ନୂଆଦଳ । ନିର୍ବାଚନୀ ସଫଳତା ପ୍ରମାଣିତ କରିଛି ଯେ, ଜେଜେ ବାପା ଦେବୀଲାଲ୍‌ଙ୍କର ସେ ହେଉଛନ୍ତି ପ୍ରକୃତ ଉତ୍ତରାଧିକାରୀ ।
ନିର୍ବାଚନ ପୂର୍ବରୁ ଦୁଷ୍ୟନ୍ତଙ୍କ ଦଳକୁ ବିରୋଧୀ ଅତି ହାଲୁକାରେ ନେଇଥିଲେ । ମାତ୍ର ବିଦେଶୀ ପାଠ ପଢୁଆ ଦୁଷ୍ୟନ୍ତ ବର୍ଷକ ଭିତରେ ନିଜକୁ ଏବଂ ନିଜ ଦଳର ଯାତ୍ରାକୁ ଏକ ଉଚ୍ଚସ୍ଥାନରେ ପହଞ୍ଚାଇଛନ୍ତି । ଜେଜେପିର ଅଧ୍ୟକ୍ଷ ତଥା ସଂସ୍ଥାପକ ଦୁଷ୍ୟନ୍ତ ୨୦୧୪ ଲୋକସଭା ନିର୍ବାଚନରେ ହିସାର ଆସନରୁ ନିର୍ବାଚିତ ହୋଇଥିଲେ । ସେ ହରିଆନା ଜନହିତ କଂଗ୍ରେସ (ଭଜନଲାଲ) କଂଗ୍ରେସର କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ କରିଥିଲେ । ଯୁବ ସାଂସଦ ଭାବେ ତାଙ୍କ ନାମ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛି । ୧୧ମାସ ଭିତରେ ଦଳକୁ ଦେଶର ରାଜନୀତିରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିବା ଦୁଷ୍ୟନ୍ତଙ୍କ ହାତରେ ଏବେ ରାଜ୍ୟ କ୍ଷମତାର ଚାବି ।
ମାତ୍ର ୩୧ ବର୍ଷ ବୟସରେ ଦେଶର ରାଜନୀତିରେ ନିଜ ନାମକୁ ଲିପିବଦ୍ଧ କରିପାରିଥିବା ଦୁଷ୍ୟନ୍ତ ପାଠ ପଢାରେ ମଧ୍ୟ ଟପ୍‌ରେ । ହିସାର ଜିଲାର ଦରୋଲିରେ ଜନ୍ମ ଲାଭ କରିଥିବା ଦୁଷ୍ୟନ୍ତଙ୍କୁ ଆଶୀର୍ବାଦରେ ମିଳିଥିଲା ରାଜନୀତିର ଜ୍ଞାନ । ଜେଜେ ବାପା, ବାପା ସମସ୍ତେ ଥିଲେ ରାଜ୍ୟ ଓ ଜାତୀୟ ରାଜନୀତିର ଜଣେ ଜଣେ ବଡ଼ ଖେଳାଳି । ହରିଆନାର ପୂର୍ବ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌଟାଲାଙ୍କ ନାତି ଦୁଷ୍ୟନ୍ତ ନିଜ ସ୍କୁଲ ଶିକ୍ଷା ହିସାରର ସେଣ୍ଟମେରି ସ୍କୁଲ ଏବଂ ପରେ ହିମାଚଳ ପ୍ରଦେଶର ସନାବର ସ୍ଥିତ ଦ ଲରେନ୍ସ ସ୍କୁଲରେ ଶେଷ କରିଥିଲେ । ଏହାପରେ ବିଜିନେସ୍‌ ଆଡମିନିଷ୍ଟ୍ରେସନ ଆନ୍ଦ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ସେ ଆମେରିକା ଯାଇଥିଲେ । କାର୍ଲିଫର୍ନ୍ଦିଆର ଷ୍ଟେଟ୍‌ ୟୁନିଭରସିଟିରୁ ପାସ୍‌ କରିବା ପରେ ନ୍ୟାସନାଲ ଲ’ ୟୁନିଭରସିଟିରେ ଶେଷ କରିଥିଲେ ମାଷ୍ଟର ଅଫ୍‌ ଲ’ । ଏପି୍ରଲ ୧୮ , ୨୦୧୭ରେ ମେଘନା ଚୌଟାଲାଙ୍କୁ ସେ କରିଥିଲେ ବିବାହ । ଚୌଟାଲା ଭାରତୀୟ ସଂସଦର ଇତିହାସରେ ସବୁଠାରୁ କମ୍‌ ବୟସର ସାଂସଦ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*