କାହା ଶରଣରେ ଯୁବବାହିନୀ ଉପଦେଷ୍ଟା ପ୍ରକାଶ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର
ବିଜୁ ବାହିନୀର ଉପଦେଷ୍ଟା ପ୍ରକାଶ ତି୍ରପାଠୀ ଓ ତାଙ୍କର ସହଯୋଗୀମାନେ ସହିଦନଗର ଥାନା ଭିତରେ ପଶି ଥାନାଧିକାରୀଙ୍କ ସମେତ ୮ ପୁଲିସଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା ଘଟଣା ରାଜଧାନୀରେ ଆତଙ୍କ ଖେଳାଇଛି । ଏହି ଘଟଣାରେ ବିଜୁବାହିନୀ ଗୁନ୍ଦାଗିରି ଆଗରେ କମିଶନରେଟ୍‌ ପୁଲିସ ଆତ୍ମସମର୍ପଣ କରିଥିଲା ।
ପୁଲିସକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ କାର୍ପଟଦାର ପ୍ରକାଶଙ୍କୁ ଗିରଫ ନ କରି ଅପରଗୋଷ୍ଠୀର ଜଣେ ଯୁବକଙ୍କୁ ଗିରଫ କରି ପୁଲିସ ହାତବାନ୍ଧି ବସିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏଭଳି ଦଙ୍ଗା ଭିଆଇଥିବା ଯୁବବାହିନୀର ଉପଦେଷ୍ଟା ପ୍ରକାଶ ତି୍ରପାଠୀ ୩ ପ୍ରଭାବଶାଳୀ ବିଧାୟକଙ୍କ ଅତି ଘନିଷ୍ଟ । ତେଣୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କେଉଁ ପ୍ରଭାବଶାଳୀ ବିଧାୟକଙ୍କ ଶରଣପଶିଛନ୍ତି ପ୍ରକାଶ? ଏହା ମଧ୍ୟ କୁହାଯାଉଛି ଯେ,ଘଟଣାକୁ ଚାପି ଦେବାକୁ ଜଣେ ଟାଣୁଆ ବିଜଦ ବିଧାୟକ ପୁଲିସ କମିଶନରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ଧର୍ମକୁ ଆଖିଠାର ଭଳି ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି,ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ପ୍ରଶ୍ନ ଉଠୁଛି ଆଉ କେତେ ଘଣ୍ଟା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବ? ଯଦି ଭାଜପା କିମ୍ବା କଂଗ୍ରେସ ଦଳର କର୍ମୀମାନେ ଏଭଳି କାନ୍ଦ ଭିଆଇଥାନ୍ତେ ତା ହେଲେ ପୁଲିସ ଚୁପ ହୋଇ ବସିଥାନ୍ତା ? ଶାସକ ଦଳର ଚାପ ଆଗରେ କେତେ ଦିନ କମିଶନରେଟ୍‌ ପୁଲିସ ମୁନ୍ଦ ନୁଆଁଇ କାମ କରିବ ? ଯେଉଁଠି ରାଜ୍ୟରେ ପୁଲିସ ସୁରକ୍ଷିତ ନୁହେଁ, ସେଠି ଜନସାଧାରଣ କିଭଳି ସୁରକ୍ଷିତ ରହିବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଏହି ଘଟଣାରେ ଯୁବବାହିନୀ ମୁଖ୍ୟ ମଧ୍ୟ ନିରବ ରହିବା ଚର୍ଚ୍ଚାକୁ ଖୋରାକ ଦେଇଛି ଯେ, ଯାହାସବୁ ହୋଇଛି ତାହା ଯୁବବାହିନୀ ମୁଖ୍ୟଙ୍କ ଜାଣତରେ ହୋଇଛି ଏବଂ ସେ ମଧ୍ୟ ପ୍ରକାଶଙ୍କୁ ସୁରକ୍ଷା ଦେଉଛନ୍ତି ।
ପ୍ରକାଶଙ୍କ ଧମକ
ଘଟଣା ଯାହା ଘଟିଲା ତାହା ଠିକ୍‌ ନୁହେଁ, ହେଲେ ଘଟଣାକୁ ଆଉ ଆଗକୁ ବଢ଼ାନି । କମ୍‌ ସମୟ ଭିତରେ ସମାଧାନ କରିଦିଅ । ଘଟଣା ଆଗକୁ ବଢ଼ିଲେ ଭଲ ନୁହେଁ । ଆହତ ସବ୍‌ ଇନ୍ସପେକ୍ଟର ଅଭୟ ପତିଙ୍କୁ ପ୍ରକାଶ ସମାଧାନ କରିବାକୁ ଧମକ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଶ୍ରୀ ପତି କହିଛନ୍ତି ଯେ, ଶାସକଦଳର ଗୁନ୍ଦାମାନେ ଥାନା ଭିତରେ ପଶି ପୁଲିସକୁ ଆକ୍ରମଣ କଲେ, ପୁଲିସ ଧମକ ଦେବା ଘଟଣା ମୋତେ ମର୍ମାହତ କରିଛି । ହେଲେ ବଡ ଅଫିସରମାନେ ଚୁପ୍‌ କାହିଁକି, ବୋଧେ ଉପର ମହଲରୁ ତାଙ୍କ ଉପରେ ଚାପ ପଡୁଛି ? ଶ୍ରୀ ପତିଙ୍କ ଏଭଳି ବୟାନ କମିଶନରେଟ୍‌ ପୁଲିସ ଆଲୋଡନ ସୃଷ୍ଟି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*