କାଷ୍ଟିଂ କାଉଚ୍‌ ସୁରଭିନ୍‌, ନୋରାଙ୍କ ପରେ ଏବେ ମୁହଁ ଖୋଲିଲେ ଏଲି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଫିଲ୍ମ ଦୁନିଆର ଗ୍ଲାମରର ଚମକ କଳାକାରମାନଙ୍କ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ତ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏପରି ଲାଇଫ୍‌ଷ୍ଟାଇଲ ପାଇବା ପାଇଁ ଓ ବଲିଉଡ୍‌ରେ ନିଜକୁ ପରିଚିତ କରିବା ଏତେ ସହଜ ନୁହେଁ । ଏହି ଗ୍ଲାମର ୱାର୍ଲ୍ଡରେ ପ୍ରବେଶ କରିବା ପୂର୍ବରୁ ପ୍ରାୟ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚ୍‌ର ଭଳି ଘୃଣ୍ୟ କର୍ମର ଶିକାର ହେବାକୁ ପଡିଥାଏ । ଏବେ ଏପରି ଏକ କରୁଣ ସତ୍ୟ ଘଟଣାକୁ ସେୟାର କରିଛନ୍ତି ଅଭିନେତ୍ରୀ ଏଲି ଅବରାମ । ଯାହାକୁ ଶୁଣିଲେ କେହିବି ଆଶ୍ଚଯ୍ୟ ହେବେ ।
ସଲମାନ ଖାନଙ୍କ ମୋଷ୍ଟ ପପୁଲାର ଟିଭି ସୋ’ ବିଗ୍ ବସ୍‌-୭ର ପ୍ରତିଯୋଗୀ ରହିସାରିଥିବା ସ୍ୱିଡେନର ଅଭିନେତ୍ରୀ ଏଲି ଅବରାମ ଏକ ସାକ୍ଷାତକାରରେ କାଷ୍ଟିଂ କାଉଚ୍‌କୁ ନେଇ ନିଜ ଉପରେ ଘଟିଥିବା ଘଟଣା କହିଛନ୍ତି ।
ଏଲି କହିଛନ୍ତି କି, ‘ମୁଁ ଏକ ଅଡିସନ୍‌ ପାଇଁ ଯାଇଥିଲି ଓ ସେଠାରେ ମୋର ଦୁଇ ଜଣ ନିଦେ୍ର୍ଦଶକଙ୍କ ସହ ଦେଖା ହେଲା । ସେମାନେ ମୋତେ ଅଡିସନ୍‌ ବେଳେ ମୋ ହାତକୁ ଜୋରରେ ଧରିଥିଲେ ଓ ତାଙ୍କ ଆଙ୍ଗୁଳିରେ ମୋ ହାତକୁ ଜୋରରେ ଚାପି ଦେଇଥିଲେ । ଏହା ପରେ ଏଲି କହିଛନ୍ତି କି, ଏହି ଗୋଟିଏ ସାକ୍ଷାତକାର ପରେ ମୁଁ ମୋ ସାଙ୍ଗମାନଙ୍କୁ ଏ ବିଷୟରେ ଜଣାଇଥିଲେ ଏସବୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ପଚାରିଥିଲେ କି ସେମାନେ ମୋ ସହିତ କିଛି ଖରାପ ବ୍ୟବହାର କରିଛନ୍ତି କି ନାହିଁ ମୁଁ କେବଳ ଏତିକି କହିଥିଲି କି ସେମାନେ ମୋ ସହିତ ଶୋଇବାକୁ ଚାହୁଁଥିଲେ ।
ଏବେ ଏହି ସାକ୍ଷାତକାର ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ବଲିଉଡରେ ବାହାରକୁ ଯାହା ଦେଖାଯାଉଛି ତା’ର ଏକ ପାଶ୍ୱ ମଧ୍ୟ ରହିଛି ଯାହାକି ଅତି ଘୃଣ୍ୟ । ଯାହା ଏବେ ଧିରେ ଧିରେ ସମସ୍ତଙ୍କ ସାମ୍ନାକୁ ଆସୁଛି । ନିକଟରେ ନୋରା ଫତେହି ଓ ସୁରଭିନ୍‌ ଚାୱାଲା ନିଜ ସହିତ ହୋଇଥିବା ଏପରି କଦର୍ଯ୍ୟ କାମ ବିଷୟରେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*