କାଶ୍ମୀର: ୨ ଆତଙ୍କୀ ହମଲାରେ ୨ମୃତ, ୭ ଆହତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀନଗର

ଶ୍ରୀନଗରରେ ମଙ୍ଗଳବାର ୨ଟି ଆତଙ୍କୀ ହମଲା ଘଟିଛି । ଏହି ଦୁଇ ହମଲାରେ ୨ଜଣ ଲୋକ ପ୍ରାଣ ହରାଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ପ୍ରଥମ ଆତଙ୍କୀ ହମଲା ହଜରତବଳ ଅଞ୍ଚଳ ସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରବେଶ ଦ୍ୱାରରେ ନିକଟରେ ଘଟିଥିଲା । ଆତଙ୍କୀ ସେଠାରେ ଗ୍ରେନେଡ ମାଡ କରିଥିଲେ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦ୍ୱିତୀୟ ହମଲା ଅନନ୍ତନାଗ ଜିଲାର ବାଗୁରା ଅଞ୍ଚଳରେ ଘଟିଥିବାବେଳେ ଏଥିରେ ୨ ଜଣ ଲୋକଙ୍କ ମୃତୁ୍ୟ ହେବା ସହ ୪ ଜଣ ଆହତ ହୋଇଛନ୍ତି । ସେନା ଏବଂ ପୁଲିସ୍‌ ଅଧିକାରୀ ଉକ୍ତ ଦୁଇ ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ, ପୁଲୱାମାରେ ସୋମବାର ରାତିଠାରୁ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟର ମଙ୍ଗଳବାର ଅପରାହ୍ନ ଯାଏ ଚାଲିଥିବା ଜଣାପଡିଛି । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ହାତରେ ୨ ଆତଙ୍କୀ ନିପାତ ହୋଇଥିବା ସଂପର୍କରେ ସେନା ସୂତ୍ରରୁ ପ୍ରକାଶ । ସୋମବାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଥିଲା । ମଙ୍ଗଳବାର ଯେତେବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା, ସେତେବେଳେ ଆଉ ଜଣେ ଆତଙ୍କୀର ମୃତଦେହ ମିଳିଥିଲା । ମୃତ ଆତଙ୍କୀର ପରିଚୟ ଇର୍‌ଫାନ୍‌ ନେରା ଏବଂ ଇର୍‌ଫାନ୍‌ ରାଥର ବୋଲି ଜଣାପଡ଼ିଛି । ନେରା ୨୦୧୬ରୁ ଏବଂ ରାଥର ୨୦୧୭ରୁ କାଶ୍ମୀରରେ ସକ୍ରିୟ ଥିଲା । ଏହି ଦୁଇ ଆତଙ୍କୀ ସୁରକ୍ଷାବଳଙ୍କ ପେଟ୍ରୋଲି ଟିମ୍‌ ଉପରକୁ ଆକ୍ରମଣ କରିବା ଲାଗି ଲିପ୍ତ ଥିଲେ ।
ସେହିପରି ରିପୋର୍ଟ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଯେଉଁ ଗ୍ରେନେଡ ମାଡ଼ ହୋଇଛି, ତାହା ବିଶ୍ୱବିଦ୍ୟାଳୟର ସାର୍‌ ସୈୟଦ୍‌ ଦ୍ୱାର ନିକଟରେ ହୋଇଛି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚô ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ପୁଲି୍‌ସ ମୁତାବକ, ସମଗ୍ର ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ଥିବା ନେଇ ଆଶଙ୍କା କରୁଛନ୍ତି । ଏଥିସହିତ ସାଧାରଣ ଜନତାଙ୍କୁ ଏନ୍‌କାଉଣ୍ଟର ସ୍ଥାନରେ ନଯିବା ଲାଗି ପରାମର୍ଶ କରିଛନ୍ତି । ଜମ୍ମୁ ଓ କାଶ୍ମୀରରେ ୩୭୦ ଉଚ୍ଛେଦ ପରେ ସେନା କାଶ୍ମୀରରେ ଆତଙ୍କବାଦୀ ଉପରେ ଅଭିଯାନ ଚଳାଇ ଆସିଛି । ସରକାର ପୂର୍ବରୁ ହିଁ ଘାଟିରେ ଆତଙ୍କୀଙ୍କୁ ରୋକିବା ଲାଗି ସେନା, ନୌସେନା ଏବଂ ବାୟୁସେନାର ସ୍ୱତନ୍ତ୍ର ସଂଯୁକ୍ତ ବଳଙ୍କୁ ନିଯୁକ୍ତ କରିଛନ୍ତି । ଏଥିରେ ସେନାର ପାରା, ନୌସେନାର ମାରକୋସ ଏବଂ ବାୟୁସେନାର ଗରୁଡ ସ୍ପେଶାଲ ଫୋର୍ସକୁ ସାମିଲ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*