କାଶ୍ମୀର: ମାର୍ଚ୍ଚ ୫ରୁ ପଞ୍ଚାୟତ ନିର୍ବାଚନ, ମତଦାନ ପାଇଁ ବ୍ୟବହାର ହେବ ବାଲଟ ପେପର୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଶ୍ରୀନଗର

ଜାମ୍ମୁ-କାଶ୍ମୀର ପ୍ରଶାସନ ଗୁରୁବାର ରାଜ୍ୟର ସମସ୍ତ ବ୍ଲକରେ ଥିବା ଖାଲି ପଦର ପୂରଣ ପାଇଁ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛି । ଜାରି ସୂଚନା ମୁତାବକ, ଜାମ୍ମୁରେ ୪ଟି ପର୍ଯ୍ୟାୟରେ ଏବଂ କାଶ୍ମୀରରେ ୮ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ଆସନ୍ତା ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ଯାଏ ଅନୁଷ୍ଠିତ ହେବ । ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ ରୂପାନ୍ତର ପରେ ଏଠାରେ ପ୍ରଥମ କରି ନିର୍ବାଚନ ଅନୁଷ୍ଠିତ ହେବ । ଜାମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଗୁରୁବାର ନିର୍ବାଚନ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି ବୋଲି କହିଥିଲେ । ଯେଉଁ ସ୍ଥାନ ମାନଙ୍କରେ ନିର୍ବାଚନ ହେବ, ସେଠାରେ ଏହି ନିର୍ବାଚନ ଆଚରଣ ବିଧି ଲାଗୁ ହେବ ଏବଂ ମତଦାନ ପାଇଁ ବାଲଟ ପେପରର ବ୍ୟବହାର ହେବ ବୋଲି ସେ ସୂଚନା ଦେଇଥିଲେ ।
ସେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୫, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୭, ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୯, ଚତୁର୍ଥ ପର୍ଯ୍ୟାୟ ମାର୍ଚ୍ଚ ୧୨, ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୧୪, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୧୬, ସପ୍ତମ ପର୍ଯ୍ୟାୟ ମାର୍ଚ୍ଚ ୧୮ ଏବଂ ଅଷ୍ଟମ ପର୍ଯ୍ୟାୟ ମାର୍ଚ୍ଚ ୨୦ ରେ ଅନୁଷ୍ଠିତ ହେବ । ହେଲେ କେନ୍ଦ୍ର ଶାସିତ ପ୍ରଦେଶରୁ ନିର୍ବାଚନ ନେଇ ପ୍ରସ୍ତାବ ଆସିନଥିବା କାରଣରୁ ଆମେ ବର୍ତ୍ତମାନ ଏହାକୁ ଏଥିରେ ସାମିଲ କରିନାହୁଁ ବୋଲି ସେ କହିବା ସହ ବର୍ତ୍ତମାନ ସେଠାରେ ତୁଷାରପାତ ସାଙ୍ଗକୁ ପ୍ରବଳ ଥନ୍ଦା ପଡୁଛି, ଯେଉଁ କାରଣରୁ ସେଠାରେ ଏବେ ନିର୍ବାଚନ କରିବା ବ୍ୟବହାରିକ ଦୃଷ୍ଟିକୋଣରୁ ଉଚିତ୍‌ ନୁହେଁ ବୋଲି ଶ୍ରୀ ଶୈଳେନ୍ଦ୍ର କହିଥିଲେ । ଜାମ୍ମୁ-କାଶ୍ମୀରରେ ନିର୍ବାଚନ ରାଜନୈତିକ ଆଧାରରେ ହେବ । ଏହାପରେ ଯାଇ କେନ୍ଦ୍ରଶାସିତ ପ୍ରଦେଶରେ ପଞ୍ଜାୟତ ବ୍ୟବସ୍ଥା ସୁଦୃଢ ହେବ ବୋଲୀ ସେ କହିଥିଲେ । ଏହାପୂର୍ବରୁ ୨୦୧୮, ଡିସେମ୍ବରରେ ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ହେଲେ ରାଜ୍ୟର ପ୍ରମୁଖ ଦଳ ନ୍ୟାସନାଲ କନଫରେନ୍ସ, ପିପୁଲ୍ସ କନଫରେନ୍ସ ସମେତ ଆଉ କିଛି ଦଳ ନିର୍ବାଚନ ବର୍ଜନ କରିଥିଲେ । ନିକଟରେ ଜାମ୍ମୁ-କାଶ୍ମୀରର ଏକ ପ୍ରତିନିଧିମନ୍ଦଳୀ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ବିଭିନ୍ନ ପଦ ପୂରଣ ପାଇଁ ନିର୍ବାଚନ କରାଯିବାକୁ ଦାବି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*