କାଶ୍ମୀରରେ ଖୋଲିଲା କଲେଜ : ଆସିଲେନି ବିଦ୍ୟାର୍ଥୀ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀନଗର

ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ କାଶ୍ମୀର ଉପତ୍ୟାକାରେ କଲେଜଗୁଡ଼ିକୁ ସ୍ୱାଭାବିକ କରିବାର ପ୍ରୟାସ ପ୍ରଥମ ଦିନ ଫଳପ୍ରଦ ହୋଇନାହିଁ । ବୁଧବାର ଠାରୁ କଲେଜ ଖୋଲିବା ବିଷୟ ଘୋଷଣା କରାଯାଇଥିଲେ ମଧ୍ୟ କୌଣସି ବିଦ୍ୟାର୍ଥୀ କିନ୍ତୁ ଆସି ନଥିଲେ । ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଅର୍ଥାତ୍‌ ଅଗଷ୍ଟ ୫ ତାରିଖରୁ କାଶ୍ମୀର ଉପତ୍ୟାକାରେ ପ୍ରାୟ କିଛି କଟକଣା ଭିତରେ ରହିଛି । ପୂର୍ବ ଘୋଷଣା ଅନୁସାରେ ଅକ୍ଟୋବର ୩ରୁ ସ୍କୁଲ ଏବଂ ଅକ୍ଟୋବର ୯ରୁ କଲେଜଗୁଡ଼ିକ ଖୋଲା ଯାଇଥିଲା । ବୁଧବାର ଦିନ କଲେଜଗୁଡ଼ିକର ଷ୍ଟାଫ୍‌ମାନେ ପହଞ୍ଚô ଥିଲେ ମଧ୍ୟ କୌଣସି ପିଲା କିନ୍ତୁ ଆସି ନଥିଲେ । ୩ ତାରିଖ ଠାରୁ ସ୍କୁଲ ଖୋଲିଥିଲେ ମଧ୍ୟ ସେଠାରେ ବି କୌଣସି ବିଦ୍ୟାର୍ଥୀ ଏଯାଏ ଆସୁ ନାହାନ୍ତି । ଯୋଗାଯୋଗ କଟକଣା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ସ୍ୱାଭାବିକ ନଥିବାରୁ ପିଲାମାନଙ୍କ ସୁରକ୍ଷା ଆଶଙ୍କା ରଖି ପିତାମାତା ସ୍କୁଲ କିମ୍ବା କଲେଜକୁ ପଠାଉ ନଥିବା କୁହାଯାଉଛି । ବୁଧବାର ଲଗାତାର ୬୬ତମ ଦିବସରେ କାଶ୍ମୀର ଉପତ୍ୟାକାରେ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ରହିଥିଲା । ସରକାରୀ ବସ୍‌ଗୁଡ଼ିକ ଚଳାଚଳ କରୁ ନଥିଲା । ସକାଳୁ ଦୋକାନ ବଜାର ଖୋଲିବା ପରେ ୧୧ଟା ବେଳକୁ ତାହା ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*