କାଳିଆ ପ୍ରଚାର ହୋଡିଂ ସାମ୍ନାରେ ଚାଷୀ ଟମାଟୋ ଫିଙ୍ଗିବାକୁ କଟାକ୍ଷ କଲେ ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଟମୋଟୋ ବିକ୍ରୀ କରିନପାରି କେନ୍ଦୁଝର ଜିଲ୍ଲାର ଚାଷୀମାନେ ବ୍ଲକ ସମ୍ମୁଖରେ ଟମୋଟୋ ଢାଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାଳିଆ ପ୍ରଚାର ହୋଡିଂ ସାମ୍ନାରେ ଚାଷୀମାନେ ଟମାଟୋ ଫିଙ୍ଗିବା କୌତୁହଳର ବିଷୟ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ୧୯ ବର୍ଷର ସ୍ଥାୟୀ ଓ ସ୍ଥିର ସରକାର ଏକ ପ୍ରଚାର ସର୍ବସ୍ୱ ସରକାର ଏହା ଗଣମାଧ୍ୟମରେ ପ୍ରକାଶିତ ଫଟୋଚିତ୍ର ସ୍ଥିତିକୁ ସ୍ପଷ୍ଟ କରୁଛି । ୧୯ ବର୍ଷ ବହୁତ ହୋଇଗଲା । ଏବେ ରାଜ୍ୟ ସରକାରକୁ ବଦଳାଇବାର ସମୟ ଆସିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଖବର କାଗଜରେ ଚାଷୀମାନେ ନିଜ ଝାଳ ବୁହା ପରିଶ୍ରମରେ ଉତ୍ପାଦନ କରିଥିବା ଟମାଟୋ ରାଜରାସ୍ତାରେ ଢାଳୁଥିବା ଖବର ପଢ଼ିଲି । ମାତ୍ର ଏହି ସୂଚନା ସହ ଯେଉଁ ଫଟୋ ଚିତ୍ର ଖବର କାଗଜରେ ପ୍ରକାଶିତ ହୋଇଛି ତାହା ଆହୁରି କୌତୁହଳପ୍ରଦ । କେଉଁଝର ଜିଲ୍ଲାର ତେଲକୋଇ ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ଚାଷୀମାନେ ଯେଉଁଠି ପ୍ରଚୁର ମାତ୍ରାରେ ଟମାଟୋ ଢାଳୁଛନ୍ତି ଠିକ୍ ଏହାର ପଛ ପଟେ କାଳିଆ ଯୋଜନାର ପ୍ରଚାର ବ୍ୟାନର ଲାଗିଛି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଶନିବାର ଡେରାସର ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ସରକାର କାହିଁକି ବାଧକ ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲି । ଯଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ହୋଇଥାନ୍ତା ତାବେ ରାଜ୍ୟର ଚାଷାୀମାନେ ସେମାନଙ୍କର କଷ୍ଟ ଅର୍ଜିତ ଅମଳକୁ ପ୍ରତିବାଦ କରି ଫିଙ୍ଗି ଦେବା ବଦଳରେ ଉଚିତ ମୂଲ୍ୟ ପାଇଥାନ୍ତେ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ ଶାସକ ବିଜୁ ଜନତା ଦଳ ରାଜ୍ୟର ସବୁ ବ୍ଲକରେ ଅନୂ୍ୟନ ଗୋଟିଏ ଶୀତଳଭନ୍ଦାର ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହା ହେଲା ନାହିଁ । ଆଳୁ ମିଶନ, ପିଆଜ ମିଶନର ବଡ଼ ଯୋଜନାର ବଡ଼ ବିଫଳତା ପଛରେ ଶୀତଳ ଭନ୍ଦାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭାବ ରାଜ୍ୟ ସରକାର ଜାଣିଛନ୍ତି । ମାତ୍ର ଗୋଟିଏ ସ୍ଥାଣୁ ଅପାରଗ ଓ ଚଷା ଚାଷୀଙ୍କ ପ୍ରତି ସମ୍ବେଦନହୀନ ସରକାରଠାରୁ ଅଧିକ ଅପେକ୍ଷା କରିବା ଅମୂଳକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*