କାର୍ଯ୍ୟ ଅନୁଧ୍ୟାନ କଲେ ପର୍ଯ୍ୟଟନ ସଚିବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କୋଣାର୍କ

କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଚାଲିଥିବା ଫଟୋଚିତ୍ର କାର୍ଯ୍ୟ, ରଙ୍ଗ ପରିମଳ କାର୍ଯ୍ୟ ସହ ଉତ୍ସବ ଆୟୋଜିତ ମୁକ୍ତାକାଶ ରଙ୍ଗ ମଞ୍ଚ କାର୍ଯ୍ୟ ବୁଲି ଦେଖିଥିଲେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ । ପରେ ପରେ ସଚିବ ଶ୍ରୀ ଦେବ ବାଲୁକା କଳା ମହୋତ୍ସବ କାର୍ଯ୍ୟ ବୁଲି ଦେଖିଥିଲେ । ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବାକୁ ଥିବା ବାଲୁକା କଳା ମହୋତ୍ସବ ନିମନ୍ତେ ନିର୍ମାଣଧିନ ବାଲୁକା ଷ୍ଟଲ ବୁଲିବା ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା ଫୁଡ ଷ୍ଟଲ ସମ୍ମୁଖରେ ମ୍ୟାଟ ବିଛା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କାର୍ଯ୍ୟ ଦାୟୀତ୍ୱରେ ଥିବା ଘରୋଇ ସଂସ୍ଥାକୁ ନିଦେ୍ର୍ଦଶ ଦେଇଥିଲେ । ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ଯାଦବ, ଓଟିଡିସି ନିଦେ୍ର୍ଦଶକ ହେମାକାନ୍ତ ସଏ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ନିଶିକାନ୍ତ ପଟ୍ଟନାୟକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*