କାର୍ତ୍ତିକଙ୍କୁ ୱାର୍ଣ୍ଣଂ ଦେଲେ ଚଙ୍କି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନବାଗତା ଅନନ୍ୟା ପାଣ୍ଡେ ଏବଂ କାର୍ତ୍ତିକ ଆର୍ଯ୍ୟାନ୍‌ ଏଇ କିଛି ଦିନ ହେବ ନିଜର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱହ’ର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ବ୍ରେକ୍‌ଅପ୍‌ର ଖବର ପରେ ଏବେ ଏହି ଦୁଇ ଷ୍ଟାର୍‌ଙ୍କ ନାମ ବହୁବାର ଏକାଠି ଯୋଡ଼ା ଯାଇଛି ଗଣମାଧ୍ୟମରେ । ସେତେବେଳେ ଏହା ଶୁଣିବାକୁ ମିଳିଥିଲା ଯେ, କାର୍ତ୍ତିକ୍‌ଙ୍କ ଧ୍ୟାନ ଏବେ ‘ପତି ପତ୍ନି ଔର ୱହ’ର କୋ ଷ୍ଟାର ଅନନ୍ୟାଙ୍କ ଆଡ଼କୁ ଢଳିଛି ବୋଲି । ତେବେ ଏହାକୁ ନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅନନ୍ୟାଙ୍କ ପିତା ଚଙ୍କି ପାନେ୍ଦ କିନ୍ତୁ ଖୁସି ନଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ କାର୍ତ୍ତିକଙ୍କୁ ଚଙ୍କି ୱାର୍ଣ୍ଣିଂ ମଧ୍ୟ ଦେଇଥିବା ଜଣାପଡ଼ିଛି ।
କଥା କ’ଣ କି ଅନନ୍ୟା ପାନେ୍ଦ ପିତା ଚଙ୍କିଙ୍କ ସହିତ ମନୀଷ ପଲ୍‌ଙ୍କ ଟିବି ସୋ’ ‘ମୁଭିଜ୍‌ ମସ୍ତି’ରେ ଏଇ କିଛି ଦିନ ତଳେ ନଜର ଆସିଥିଲେ । ଏହି ସମୟରେ ମନୀଷ ପଲ୍‌ ଅନନ୍ୟାଙ୍କୁ ଥଟ୍ଟାରେ ପ୍ରଶ୍ନ କରିଥିଲେ ଯେ, ସେ କେତେ ଥର କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ଫିଲ୍ମ ‘ଲୁକା ଛୁପି’ ଏବଂ କାର୍ତ୍ତିକ୍‌ କଲିଂ କାର୍ତ୍ତିକ’ ଦେଖଛନ୍ତି । ଏହି ପ୍ରଶ୍ନରେ ଅନନ୍ୟା ବ୍ଲସ୍‌ କରିଥିଲା ବେଳେ କିନ୍ତୁ ପିତା ଚଙ୍କି ଅନନ୍ୟାଙ୍କ ବୟଫ୍ରେନ୍ଦ ତଥା ଫୁ୍ୟଚର ହସ୍‌ବେନ୍ଦ୍‌ଙ୍କୁ ସେ ସମ୍ବୋଧିତ କରି ୱାର୍ଣ୍ଣିଂ ଦେଇଥିଲେ । ସେ କହିଥିଲେ ଯେ, ଅନନ୍ୟାଙ୍କୁ ସମ୍ଭାଳିବା କାଠିକର କାମ । ଚଙ୍କିଙ୍କ ଏପରି ମନ୍ତବ୍ୟ ପରେ ସୋ’ରେ ଉପସ୍ଥିତ ସମସ୍ତ ଦର୍ଶକ ହସିଥିଲେ । ତେବେ ପାପା ଚଙ୍କିଙ୍କ ଏହି ମନ୍ତବ୍ୟ ପରେ ବର୍ତ୍ତମାନ କେହି ତାଙ୍କୁ ଡେଟ୍‌ କରିବାକୁ ଚାହିଁବେ ନାହିଁ ବୋଲି ଅନନ୍ୟା କହିଛନ୍ତି । କାର୍ତ୍ତିକ ସାରା ଅଲ୍ଲୀ ଖାନ୍‌ଙ୍କ ସହିତ ଇମ୍‌ତିଆଜ ଅଲ୍ଲୀଙ୍କ ଅପ୍‌କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ରେ ନଜର ଆସିବେ । ସେହିପରି ଅନନ୍ୟା ସାହିଦ୍‌ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟରଙ୍କ ସହିତ ଫିଲ୍ମ ‘ପିଲି’ରେ ନଜର ଆସିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*