କହି ଦଉ ନାହାଁନ୍ତି ମୁଖିଆ ଟଙ୍କା ନାହିଁ, ୫ ଜାଗାରେ ଦେବି ୨

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସବୁ ଘୋଷଣା କରନ୍ତି ମୁଖିଆ । ସବୁ ବିଭାଗର ସମୀକ୍ଷା କରନ୍ତି ମୁଖିଆ । ମନ୍ତ୍ରୀମାନେ ନାଁ କୁ । ମୁଖିଆ ଯାହା କହନ୍ତି ବେଦର ଗାର । ସେଥିପାଇଁ ଶଙ୍ଖୁଆମାନେ ଏପରିକି ଖୋଦ୍‌ ସରକାର ବି ପ୍ରଚାର କରି ଆସୁଚନ୍ତି ଯେ, ମୁଖିଆ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ସିଏ ଯାହା କହନ୍ତି ତାହା କରନ୍ତି ।
ବଢିଆ କଥା । ମୁଖିଆ ଏକ ଧାରରେ କଥା ବୀର ଓ କର୍ମ ବୀର । ଏମିତି ବି ହବା କଥା । କହି ଦଉଥିବ, ରଖି ପାରୁନଥିବ, ଏମିତି ନେତାଙ୍କୁ ବିଶ୍ୱାସ କରିବ କିଏ?
ଗଲା ଇଲେକସନ୍‌ ଆଗରୁ ନିଜେ ମୁଖିଆ କାଳିଆ ଯୋଜନା ଘୋଷଣା କରିଥିଲେ । ଚାଷୀଙ୍କ ଦୁଃଖରେ ଭାଙ୍ଗି ପଡିଥିଲେ ମୁଖିଆ । ୨୦୧୫ ମହା ମରୁଡି ବେଳେ ଲାଇନ୍‌ ଲଗେଇ ଚାଷୀମାନେ ଯେତେବେଳେ ସୁଇସାଇଡ୍‌ କରୁଥିଲେ, ସେତେବେଳେ କଉଁ ମନ୍ତ୍ରୀ ବି ଯାଇ ସେମାନଙ୍କ ଘର ଦୁଆର ଆଗରେ ଠିଆ ବି ହେଇନଥିଲେ । ମୁଖିଆ ବି କିଛି ସ୍ପେଶାଲ ସାହାଯ୍ୟ ଘୋଷଣା କରିନଥିଲେ । କିନ୍ତୁ ଯେହେତୁ ଇଲେକସନ୍‌ ମୁନ୍ଦ ଉପରେ, କାଳିଆ ଥୋପ ପକେଇଥିଲେ ମୁଖିଆ । ନିଜେ ମୁଖିଆ କହିଥିଲେ ଯେ, ପ୍ରତିବର୍ଷ ଦୁଇଟି କିସ୍ତିରେ ଚାଷୀ ପାଇବେ ୧୦ହଜାର ଟଙ୍କା । ଥରକୁ ୫ । ବଞ୍ଚିଥିବା ଯାଏଁ ତାଙ୍କ କଥା ବଦଳିବ ନାହିଁ । କେହି କାଳିଆକୁ ବନ୍ଦ କରିପାରିବେ ନାହିଁ ।
ମୁଖିଆ ଯାହା କହନ୍ତି ତାହା କରନ୍ତି । ଏକଥା ତାଙ୍କରି ଲୋକେ ଗାଇ ବଜେଇ ବୁଲୁଚନ୍ତି । ମୁଖିଆ କହିଥିଲେ ଦି’ଥରରେ ପ୍ରତିବର୍ଷ ଚାଷୀକୁ ଦେବେ ୧୦ । ଇଲେକସନ୍‌ ଆଗରୁ ଅର୍ଥାତ୍‌ ୧୫ମାସ ତଳେ ଚାଷୀଙ୍କୁ ୫ ଧରେଇ ଦେଇଥିଲେ । ତାହା ପୁଣି ବିପଦ ଆପଦ ପାଣ୍ଠିରୁ ଆଣି । ଜିତିସାରିବା ପରେ ଆଉ ୫ ଦେବେ ବୋଲି କହିଥିଲେ ମୁଖିଆ । କିନ୍ତୁ ଦବାର ନାଁ ଗନ୍ଧ ଧରୁ ନାହାଁନ୍ତି ।
ମୁଖିଆ କହିଥିବାରୁ ଚାଷୀମାନେ ଭରସା କରିଥିଲେ । ଏବେ ମନ୍ତ୍ରୀ କହିଲେଣି ବର୍ଷକୁ ୧୦ ନୁହେଁ, ସରକାର ଦେବେ ୪ । ମୋଦୀ ୬ ଦେଲେ ଦଉଥାନ୍ତୁ । କିନ୍ତୁ କାହା କଥାକୁ ବିଶ୍ୱାସ କରିବ? ମୁଖିଆ ଯାହା କହନ୍ତି ତାହା କରନ୍ତି । ମୁଖିଆ କହିଥିଲେ ଦି’ଥରକୁ ଦେବେ ୧୦ । ଏବେ ଆଉ କିଛି କହୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ।
ଏବେ ଚାଷୀମାନେ କହିଲେଣି ଯେ, ମୁଖିଆ ଯଦି ହାତଯୋଡି କହିବେ ଯେ, ସରକାରଙ୍କ ପାଖରେ ପଇସା ନାହିଁ । ଥରକୁ ୫ ଦେଇପାରିବେ ନାହିଁ । ଚାଷୀମାନେ ୨ ରେ କାମ ଚଳେଇ ନିଅନ୍ତୁ । ଆଉ ତାଙ୍କ କଥାରେ କେବେ ବିଶ୍ୱାସ କରନ୍ତ ନାହିଁ । ତେବେ ଯାଇ ଚାଷୀମାନେ ଆଉ କାଳିଆ ଟଙ୍କା ମାଗିବେ ନାହିଁ କିମ୍ବା ଯୋଗ୍ୟ ତାଲିକା ଅନ୍ଦାଳିବେ ନାହିଁ । ବତିପେଲାମାନେ ଏବେଠୁ କହି ଦିଅନ୍ତୁ ଯେ, ଆମ ମୁଖିଆ କେତେବେଳେ କ’ଣ କହି ଦିଅନ୍ତି, ତାଙ୍କ କଥାରେ ଜମାରୁ କେହି ବିଶ୍ୱାସ କରନ୍ତୁ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*