କସ୍ତୁରବା ନାରୀ ମହଲରେ ଶିଶୁ ଦିବସ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀ ମହଲରେ ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ନିମନ୍ତେ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସ୍ୱର୍ଗତ ପନ୍ଦିତ ଜବାହାରଲାଲ ନେହେରୁଙ୍କର ଫଟୋ ପଦର୍ଶନୀ ହେବା ସହିତ ପ୍ରତିଯୋଗୀତାରେ ଶ୍ରେଷ୍ଠ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପରୁସ୍କାର ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ ଚକ୍ଲେଟ୍ ବଣ୍ଟାଯାଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ୍ ଓ ସାହିତି୍ୟକା ଡଃ ମନସ୍ୱିନୀ ଦାଶ ଏବଂ ସଭାପତିତ୍ୱ କରିଥିଲେ ଶୈଳରପୀ ମିଶ୍ର । ବିବରଣୀ ପାଠ କରିଥିଲେ ସମ୍ପାଦିକା ଆଶାଲତା ଦାଶ । ଅତିଥି ପରିଚୟ ଶୁଭଶ୍ରୀ ପଟ୍ଟନାୟକ, ପ୍ରାଇଜ ଲିଷ୍ଟ ଡାକିଥିଲେ ସରେଜିନୀ ପଟ୍ଟନାୟକ ଏବଂ ଧନ୍ୟବାଦ ଦେଇଥିଲେ ରଞ୍ଜୁବାଳା ରାୟ । ସେହିପରି ଉତ୍ସବକୁ ସଂଯୋଜନା କରିଥିଲେ ସ୍ୱର୍ଣ୍ଣ ମିଶ୍ର । ସୁସ୍ମିତା ମହାନ୍ତ, ସସ୍ମିତା ବରସାହି ଓ ତୁନପରଥଙ୍କ ଉଦ୍ୟମରେ ‘ମଧୁମୟୀ ଆଦର୍ଶ ବିଦ୍ୟାଳୟର ପିଲାମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ନିରେଜାଲକ୍ଷ୍ମୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*