କଳିଙ୍ଗ ଷ୍ଟାଡ଼ିୟମ ୱାର୍କ୍ସ ଆସୋସିଏସନ ‘ପ୍ରାତଃ ଭ୍ରମଣ ପାଇଁ ଅନୁମତି ନଦେଲେ ଆଗାମୀ ଆନ୍ତର୍ଜାତିକ ହକି ଖେଳକୁ ବିରୋଧ କରାଯିବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

କଳିଙ୍ଗ ଷ୍ଟାଡ଼ିୟମ ୱାର୍କ୍ସ ଆସୋସିଏସନର ଆହ୍ୱାନରେ କଳିଙ୍ଗ ଷ୍ଟାଡ଼ିୟମ ଭିତରକୁ ସାଧାରଣ ନାଗରିକମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିବାରୁ ଏହାର ପ୍ରତିବାଦରେ ସମାଜସେବୀ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆଜି ସକାଳ ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଗେଟ୍ ନଂ-୩ ସମ୍ମୁଖରେ ୬୦୦ ସଂଖ୍ୟାରେ ବରିଷ୍ଠ ନାଗରିକ, ସମାଜସେବୀ, ଯୋଗ କରୁଥିବା ସାଧାରଣ ନାଗରିକ ଓ ସଂଗଠନର କର୍ମୀମାନେ ଜୋର ଜବରଦସ୍ତ ଭିତରକୁ ଯିବାକୁ ପ୍ରୟାସ କରିଥିଲେ । ଫଳରେ କଳିଙ୍ଗ ଷ୍ଟାଡ଼ିୟମ ସୁରକ୍ଷା କର୍ମୀ ଓ ପୋଲିସ୍ ସହିତ ଯୁକ୍ତିତର୍କ ହେବାରୁ ଗେଟ୍ ସମ୍ମୁଖରେ ଉତେଜନା ସୃଷ୍ଟି ହୋଇଥିଲା । ସେହି ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ପ୍ରବେଶ କରିବାକୁ ଦିଆଯାଇଥିଲା । ଏହିଠାରେ ଉଲ୍ଲେଖଯୋଗ୍ୟ ଯେ,ଏକ ନିର୍ଦ୍ଦିଷ୍ଟ ସ୍କୁଲ୍ର ୨୦ଜଣ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଷ୍ଟାଡ଼ିୟମରେ ଫୁଟ୍ବଲ ଖେଳିବା ପାଇଁ ଦିଆଯାଉଥିବା ବେଳେ ବରିଷ୍ଠ ନାଗରିକ ଓ ସାଧାରଣ ଲୋକମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆନଯିବା ଫଳରେ ବିଭିନ୍ନ ଅଚଂଳରୁ ଆସିଥିବା ସାଧାରଣ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହା ପରେ କଳିଙ୍ଗ ଷ୍ଟାଡ଼ିୟମ ଗେଟ୍-୩ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆଇନ୍ଜୀବୀ ବନ ବିହାରୀ ମହାନ୍ତି, ସୁଧାକର ପତ୍ରି, କେଦାର ପଟ୍ଟନାୟକ, ବୀରବଳ ବରାଳ, ନବକିଶୋର ବେହେରା, ହେମନ୍ତ ମିଶ୍ର, ରାଜକିଶୋର ସାମନ୍ତରାୟ, ମୁକୁନ୍ଦ ଜେନା, କାମାକ୍ଷା ପନ୍ଦା ପ୍ରମୁଖ ଉକ୍ତ ସଭାରେ ଯୋଗ ଦେବା ସହିତ କହିଥିଲେ ଯଦି କଳଙ୍ଗ ଷ୍ଟାଡ଼ିୟମ ଭିତରକୁ ବରିଷ୍ଠ ନାଗରିକ ତଥା ସାଧାରଣ ଜନତାଙ୍କୁ ପ୍ରବେଶ କରାଇ ଦିଆନଯାଏ ,ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ଆନ୍ତର୍ଜାତିକ ହକି ଖେଳକୁ ବିରୋଧ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଆସନ୍ତା ୨୩ ତାରିଖ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକରେ କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଉପସ୍ଥିତ ରହି ଆନେ୍ଦାଳନ କମିଟିକୁ ଡ଼ାକି ସମାଧାନର ପନ୍ଥା ବାହାର କରାଯିବ ବୋଲି ପୋଲିସ ଅଧିକାରୀ ମାନେ କହିବା ପରେ ଘେରାଉ୍ ସ୍ଥଗିତ କରାଯାଇଥିଲା । ଏହ କାର୍ଯ୍ୟକ୍ରମରେ ପ୍ରସନ୍ନ ବିଷୋୟୀ, ବିଜୟ ନନ୍ଦ, ଅମୀୟ କୁମାର ଜେନା, ଆଦ୍ୟପ୍ରାଣ ସୁବୁଦ୍ଧି, ଦୀପକ ମହାନ୍ତି, ଜଗମୋହନ ବଳିଆରସିଂ, ପୂଣ୍ୟଶ୍ଲୋକ ମହାନ୍ତି, କୈଳାସ ଚନ୍ଦ୍ର ରଥ, ବିବେକାନନ୍ଦ ବାରିକ, ଗୌତମ ବେହେରା, ପ୍ରଣବ ସ୍ୱାଇଁ ଓ ସୁଧାକର ଷଡଙ୍ଗୀଙ୍କ ସମେତ ଶହ ଶହ ସଂଖ୍ୟାରେ ବରିଷ୍ଠ ନାଗରିକ ସମର୍ଥନ କରି ଆନେ୍ଦାଳନକୁ ସଫଳ କରାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*