କଳା ସଂସ୍କୃତିର ସଂରକ୍ଷଣ ପାଇଁ ସବୁଠୁ ବଡ଼ ମାଧ୍ୟମ ହେଉଛି ଗଣମାଧ୍ୟମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ ପ୍ରସ୍ତୁତ କଫି ଟେବୁଲ୍ ବୁକ୍ “କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଯୋଗ ଦେଇ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିମାନେ କହିଛନ୍ତି ଯେ, ଓଡ଼ିଶାର ପ୍ରାଚୀନ ଏବଂ ଉନ୍ନତ ତଥା ସମସାମୟିକ କଳା ଓ ପରମ୍ପରାର ସଂରକ୍ଷଣ ଏବଂ ପ୍ରସାରର ସବୁଠାରୁ ବଡ଼ ମାଧ୍ୟମ ହେଉଛି ଗଣମାଧ୍ୟମ । ପ୍ରିଂଟ ମିଡିଆରୁ ଆରମ୍ଭକରି ଟେଲିଭିଜନ୍ ଏବଂ ଆଜିର ଡିଜିଟାଲ୍ ଓ ମୋବାଇଲ୍ ମିଡିଆ ମାଧ୍ୟମରେ ପିିଢ଼ି ପରେ ପିିଢ଼ି ଏହି ସାଂସ୍କୃତିକ ବୈଚିତ୍ର୍ୟର ପ୍ରସାରଣ ଜାରି ରହିବ ।
ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ତରୁଣ ପିିଢ଼ିର ୪ ଜଣ ପ୍ରତିଭାବାନ୍ ଶିଳ୍ପୀଙ୍କୁ “ଓଡ଼ିଶା ଲାଇଭ୍ ୟୁଥ୍ ଆଇକନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଭାସ୍କର ଶିଳ୍ପୀ ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି ଏବଂ ଦୁଇ ଓଡ଼ିଶୀ ନୃତ୍ୟାଙ୍ଗନା ମାହେଶ୍ୱରୀ ପ୍ରଧାନ ଓ ଅରୁଣିମା ଆ·ର୍ଯ୍ୟ ।
ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମରେ ଆୟୋଜିତ ଏହି ସମାବେଶରେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଭଟ୍ଟମିଶ୍ର ଓ ଧୃତିକାମ ମହାନ୍ତି ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ପ୍ରସାରଣ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଲେଖିକା ହିରଣ୍ମୟୀ ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ସୂଚନା ଓ ଗବେଷଣାଧର୍ମୀ ପୁସ୍ତକର ସମୀକ୍ଷା କରିଥିଲେ ।ଓଡ଼ିଶା ଲାଇଭ୍୍ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ଏହି ସମାବେଶରେ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶାର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାରଣ ପାଇଁ ଓଡ଼ିଶା ଲାଇଭ୍୍ର ଏଭଳି କ୍ଷୁଦ୍ର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ଏହି ସାଂସ୍କୃତିକ ଅଭିଯାନର ସଫଳତା ପାଇଁ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ସେ କୃତଜ୍ଞତା ଜଣାଇଥିଲେ ।
ଓଡ଼ିଶା ଲାଇଭ୍ ପକ୍ଷରୁ ସିଦ୍ଧାର୍ଥ ମିଶ୍ର ସଭା କାର୍ଯ୍ୟ ପରି·ଳନା କରିଥିବା ବେଳେ ମିଡିଆର ନିଦେ୍ର୍ଦଶକ ପ୍ରଣତୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ ଭାସ୍କର ପରିଚ୍ଛା ପୁସ୍ତକ ଉନ୍ମୋଚନ ବେଳେ ମଞ୍ଚରେ ଉପସ୍ଥିତ ଥିଲେ ।
କଂସ ମହାରାଜା ପୁସ୍ତକର କଣ୍ଟେଟ ରାଇଟର ଶର୍ମିଲୀ ମହାପାତ୍ର, ଡିଜାଇନର୍ ସୁଧାକର ବିଶ୍ୱାଳ ଏବଂ ଏହାର ଗବେଷଣାରେ ସହଯୋଗୀତା ପାଇଁ କେମନ୍ତ ସାହୁଙ୍କୁ ଓଡ଼ିଶା ଲାଇଭ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷ ଭାଗରେ ଅରୁଣିମା ଆଚାର୍ଯ୍ୟ ଏକ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*