କଳା ବିକାଶ କେନ୍ଦ୍ର ତରଫରୁ ପ୍ରତିଯୋଗିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବେତନଟୀ

ବେତନଟୀ ଏମପିସି କଳା ବିକାଶ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତୀ୍ରଙ୍କୁ ନେଇ ଏକ ସଂଗୀତ ପ୍ରତିଯୋଗିତା ଆନନ୍ଦବଜାରସ୍ଥିତ ଏମପିସି କଳା ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ କଳା ବିକାଶ କେନ୍ଦ୍ରର ସଂପାଦିକା ସଂଘମିତ୍ରା ପରିଡ଼ା ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବେତନଟୀ ମହାବିଦ୍ୟାଳୟ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଏମପିସି ଉଚ୍ଚ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ସେଣ୍ଟ ଜାଭିୟାର ଉଚ୍ଚ ବିଦ୍ୟାଳୟ ,ତାରିଣୀ କୋଚିଙ୍ଗ ସେଣ୍ଟର ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଶତାଧିକ ଛାତୀଛାତ୍ର ଅଂଶ ଗ୍ରହଣ କରିଥିଲେ ।ଏହି ଛାତ୍ରଛାତ୍ରୀମାନଙ୍କୁ ନେଇ ସବ ଜୁନିୟର ,ଜୁନିୟର ଓ ସିନିୟର ତିନୋଟି ଦଳରେ ଭାଗ କରାଯାଇଥିଲା ବେଳେ ବିଚାରକ ଭାବେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପି ତଥା ଆମରି ସ୍ୱରର ବିଜେତା ସୁଜିତ ଭୋଇ, ସେଣ୍ଟ ଜେଭିୟର ସ୍କୁଲର ଅଧ୍ୟକ୍ଷ ଜନମନ ବେହେରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସୁଭସ୍ମିତା ଭୋଇ , ଶ୍ରେୟା ସର୍ମାଣୀ ଦାସ ,ସ୍ୱାତୀ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାଗ୍ୟଶ୍ରୀ ବେହେରା ମଞ୍ଚର ଦାୟିତ୍ୱ ତୁଲାଉଥିବା ବେଳେ ନୃତ୍ୟ ଗୁରୁ ଗୋପିନାଥ ପରିଡ଼ା ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*