କଳା,ସାହିତ୍ୟ କ୍ଷେତ୍ରରେ ଓଡ଼ିଶାରେ ନାଉଗାଁ ପରିଚୟ ସ୍ୱତନ୍ତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ନାଉଗାଁ

ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉତ୍ସବର ଅବସରରେ ଶିଖରଘାଟ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କବି ଓ ସାହିତି୍ୟକ ବିନା ଜାତି ଆଉ ସଂସ୍କୃତିର ପରିଚୟ ଅସମ୍ଭବ । ବାଲିଯାତ୍ରା ପଡିଆ ନାଉଗାଁର ଐତିହ୍ୟ ଓ ସଂସ୍କୃତିର ଏକ ନିଆରା ପରିଚୟ ସୃଷ୍ଟି କରିଛି ବୋଲି ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, କବି ଅଧ୍ୟାପକ ପ୍ରସନ୍ନ ସ୍ୱାଇଁ, ସାହିତି୍ୟକ ବିପିନି ବିହାରୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ନାଉଗାଁ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇ କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ ହୋଇଛି । ସଂପ୍ରତି ରାଜ୍ୟ ସରକାର ଓଡ଼ିଶାର ବିକାଶ ଦିଗରେ ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାକୁ ଦୃତଗତିରେ ଆଗେଇ ନେବା ପାଇଁ ସଂକୀର୍ଣ୍ଣ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ସମସ୍ତଙ୍କ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*