‘କଲ୍ଲୋଳ ଆୱାର୍ଡସ୍’ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶା ସ୍ଥିତ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ୍‌ ଓଡିଶା ସହଭାଗୀତାରେ, ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ‘କଲ୍ଲୋଳ ଆୱାର୍ଡସ୍ ୨୦୧୯’ର ପଂଚମ ସଂସ୍କରଣ ଏଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନନ୍ଦିତା ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ଉପରେ ୩୦, ୬୦ ଏବଂ ୯୦ ସେକେନ୍ଦର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ନିମନ୍ତେ ‘କଲ୍ଲୋଳ ୨୦୧୯’ ଆଶାୟୀ ଅଂଶଗ୍ରହଣକାରୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲା । ସୁପୋଷଣ ବିଷୟବସ୍ତୁ ସମ୍ପର୍କିତ ଏହି ପ୍ରତିଯୋଗିତାରେ ୫ ଟି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଚଳିତ ଥର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିଲେ । ଉଷାରାଣୀ ପାତ୍ରଙ୍କ ଦ୍ୱାରା ନିର୍ମିତ ୯୦ ସେକେନ୍ଦର ଅବଧି ବିଶିଷ୍ଟ ୱାଓ ଚଳଚ୍ଚିତ୍ର ଶିଶୁମାନଙ୍କ ପସନ୍ଦର ପୁରସ୍କାର ହାସଲ କରିଥିବା ବେଳେ ସପ୍ତର୍ଷି ମନ୍ଦଳଙ୍କ ଦ୍ୱାରା ନିର୍ମିତ ୬୦ ସେକେନ୍ଦର ଅବଧି ବିଶିଷ୍ଟ କ୍ଷୀରା ଚଳଚ୍ଚିତ୍ର ବିଚାରପତିଙ୍କ ପସନ୍ଦ ପୁରସ୍କାର ହାସଲ କରିଥିଲା । ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ନିର୍ମିତ ଶିଖା, ଗୁଲସନ ମହନ୍ତଙ୍କ ଦ୍ୱାରା ନିର୍ମିତ ପୁଷ୍ଟି- ଟୁ ୱାର୍ଡସ୍ ଏ ହେଲଦି ଲାଇଫ୍, ରିତ୍ୱିକ୍ ଦାସଙ୍କ ଦ୍ୱାରା ନିର୍ମିତ ଏସେନ୍ସ୍ ଅଫ୍ ନ୍ୟୁଟ୍ରେସନ୍ ଶୀର୍ଷକ ପ୍ରତ୍ୟେକ ୯୦ ସେକେନ୍ଦର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ହାସଲ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ନନ୍ଦିତା ଦାସ କହିଥିଲେ, “ୟୁନିସେଫ୍ ଓଡିଶା ଓ ଆଇନାର ମିଳିତ ସହଭାଗୀତାରେ ପୁଷ୍ଟି ସମ୍ପର୍କିତ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ପ୍ରତିଯୋଗିତା ଅଭିଯାନର ଅଂଶ ସ୍ୱରୂପ ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । କଲ୍ଲୋଳର ଏହା ପଂଚମ ସଂସ୍କରଣ ଏବଂ ଏଥିମଧ୍ୟରେ ଶିଶୁ ଅଧିକାର ସମ୍ପର୍କିତ ୧୦୦ ରୁ ଉଦ୍ଧ୍ୱର୍ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ନିଶ୍ଚିତ ଭାବେ ଏକ ଗୌରବର ଅଧ୍ୟାୟ । ଏକ ନଅ ବର୍ଷ ପିଲାର ମାଆ ଭାବରେ ମୋର ସ୍ୱପ୍ନ ଦୁନିଆଁର ସମସ୍ତ ଶିଶୁ ସେସବୁ ପ୍ରାପ୍ତ କରନ୍ତୁ ଯାହା ମୁଁ ମୋର ପିଲା ନିମନ୍ତେ ଚାହେଁ । ଶିଶୁ ପୋଷଣ ସମ୍ପର୍କିତ କ୍ଷୁଦ୍ର ଚଳଚ୍ିତ୍ରର ନୀରବ ବିପ୍ଳବ ସୃଷ୍ଟି ହେବାର ଆବଶ୍ୟକତା ରହିଛି” ।
ଏହି ସମାରୋହରେ ୟୁନିସେଫ୍‌ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ କହିଥିଲେ, “ଶିଶୁ ଓ ମହିଳାମାନଙ୍କ ନିମନ୍ତେ ସୁପୋଷଣର ଆବଶ୍ୟକତାକୁ ରାଜ୍ୟ ସରକାର, ରାଜ୍ୟରେ ଥିବା ୟୁଏନ୍ ଏଜେନ୍ସିଗୁଡିକ ଏବଂ ସାମାଜିକ ଅନୁଷ୍ଠାନଗୁଡିକ ଅଗ୍ରାଧିକାର ଦେବା ସହିତ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏଥି ପାଇଁ ରାଜ୍ୟରେ ଥିବା ଆମର ସହଭାଗୀମାନେ ନିରନ୍ତର ପ୍ରଚେଷ୍ଠା ଜାରି ରଖିଛନ୍ତି ଏବଂ ଗ୍ରାମୀଣ ସମାଜ ସହିତ ସହରୀ ସମାଜରେ ମଧ୍ୟ ଏହି ଅଭିଯାନକୁ ଆହୁରି ଅଧିକ ଫଳପ୍ରସୂ କରିବା ନିମନ୍ତେ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ” । ନିଜର ଅଭିଭାଷଣରେ ଆଇଏଏସ ଅରବିନ୍ଦ ଅଗ୍ରୱାଲ କହିଥିଲେ, “ଏହି ଅଭିଯାନରେ ସାମିଲ ହେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟଜନକ । ଶିଶୁର ଉଚିତ୍ ବୃଦ୍ଧି ନିମନ୍ତେ ସୁପୋଷଣ ନିହାତି ଆବଶ୍ୟକ । କୁପୋଷଣ ବିରୁଦ୍ଧରେ ଆଇନା ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଏହି ଅଭିଯାନ ନିଶ୍ଚିତ ଭାବରେ ପ୍ରଶଂସାଜନକ ।”ଏହି ଅବସରରେ ଅଭିନେତ୍ରୀ୍ ଅର୍ଚ୍ଚିତା ସାହୁ କହିଥିଲେ, “ ଓଡିଶାର ବାଳିକାମାନଙ୍କ ମଧ୍ୟରେ ଦେଖା ଦେଉଥିବା ଆନେମିଆ ରୋଗ ସାରା ଭାରତବର୍ଷରେ ଅତି ଉକ୍ରଟଜନକ ଏବଂ ମୁଁ ଭାବୁଛି ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସମ୍ପର୍କିତ କଥୋପକଥନ ଆମର ଉତର ଦାୟିତ୍ୱ ଅଟେ ।”ଏହି କାର୍ଯ୍ୟକ୍ରମର ଅନ୍ୟତମ ୍ରତିଥି ଅଭିନେତା ଆକାଶ ଦାସ ନାୟକ କଲ୍ଲୋଳର ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ । ଏହି ଅବସରରେ ସ୍ନେହା ମିଶ୍ର କହିଥିଲେ, “କଲ୍ଲୋଳ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟରେ ଥିବା ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ନିର୍ମାଣରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହା ଏକ ସଫଳ ମଂଚ ଭାବରେ ଉଭା ହୋଇପାରିଛି ଓ ବିଗତ ପାଂଚ ବର୍ଷ ହେବ ଆମର ଏହି ଅୟମାରମ୍ଭ ଯାତ୍ରା ଅତ୍ୟନ୍ତ ଖୁସିର ବିଷୟ ।ମୋର ବିଶ୍ୱାସ ଆମର ଏହି ଚଳଚ୍ଚିତ୍ର ଭିତିକ ସଚେତନତା ଅଭିଯାନ ନିଶ୍ଚିତ ଭାବରେ ଶିଶୁମାନଙ୍କ ଉଚିତ୍ ପୋଷଣ ସମ୍ପର୍କରେ ଆମକୁ ଅଧିକ ଦାୟିତ୍ୱବାନ କରିବ ।”

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*