କଲମପୁର ବ୍ଲକ ସୋଲାର ଲାଇଟ ଲଗାରେ ଦୁର୍ନୀତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ଧର୍ମଗଡ଼

କଳାହାନ୍ଦି ଜିଲ୍ଲା କଲମପୁର ବ୍ଲକରେ ସୋଲାର ଲାଇଟ ଲଗାଇବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଆର୍ଥିକ ବର୍ଷ ୨୦୧୯-୨୦ରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ସୋଲାର ଲାଇଟ ପାଇଁ ୧୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା । କିନ୍ତୁ ତାକୁ ଗୁପ୍ତ ଭାବରେ ଟେବୁଲ ଟେନ୍ଦର କରି ରାତାରାତି କାଗଜପତ୍ର କରି ନିଜସ୍ୱ ଲୋକକୁ ଟେନ୍ଦର ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ପ୍ରକଳ୍ପ ଅତି ନିମ୍ନମାନର କାର୍ଯ୍ୟ ହୋଇ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଗଣେଶ ପନ୍ଦା ଓ ବ୍ଲକର ସମିତିସଭ୍ୟ ।
ସୂଚନାନୁସାରେ ଉକ୍ତ ପ୍ରକଳ୍ପ ପାଇଁ ଗୋଟିଏ ସୋଲାର ଲାଇଟ ପାଇଁ ୭୮ ହଜାର ୫ ଶହ ଟଙ୍କା ବ୍ୟୟ ଅଟ୍ଟକଳ ରହିଛି । ତେବେ ଏମିତି ୧୪ଟି ସୋଲାର ଲାଇଟ ଲାଗିଛି ଓ ପ୍ରତି ଲାଇଟରେ ୩୦ରୁ ୩୫ ହଜାର ଟଙ୍କାରେ ଲାଇଟ ଲଗାଇ ୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ କଲମପୁର ବ୍ଲକ ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରିବାରୁ ସେ ଏହି ପ୍ରକଳ୍ପ ବିଷୟରେ ଅଜଣା ଥିବା ବେଳେ ଏବେ ଅଭିଯୋଗ ପରେ ସେ ଏହି ପ୍ରକଳ୍ପ କାମ ହୋଇଥିବା ଜାଣିଥିବା କହିଥିଲେ ଓ ପ୍ରକଳ୍ପରେ ଦୁର୍ନୀତି କଥାକୁ ସ୍ୱୀକାର କରିଥିଲେ ।
ଗଣେଶ ପନ୍ଦା (ଅଭିଯୋଗକାରୀ), ଚିନ୍ତାମଣି ବେହେରା (ସମିତି ସଭ୍ୟ), ମଞ୍ଜୁଳା ସାହୁ (ଅଧ୍ୟକ୍ଷା, କଲମପୁର ବ୍ଲକ) ଓ ବିଡିଓ ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଅବଗତ କରି ତଦନ୍ତ କରାଯିବ ବୋଲି କହିଥିଲେ । ତେବେ କଲମପୁର ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଏହି ଦୁର୍ନୀତି ପଛରେ ରହି ଅର୍ଥ ଆତ୍ମସାତ କରିଥିବା ଓ ଏଭଳି ଅନେକ ଦୁର୍ନୀତି କାର୍ଯ୍ୟରେ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*