କର୍ମଚାରୀ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଲେ ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ଭିଡିଓ କନଫରେନ୍ସି ଯୋଗେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ତଥା ପିଏସୟୁର ମୁଖ୍ୟ ପରିଚାଳନା ନିଦେ୍ର୍ଦଶକ ବା ସିଏମଡିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ପେଟ୍ରୋଲିୟମ ଉତ୍ପାଦ, ବିଶୋଧନାଗାର, ଟର୍ମିନାଲ ଏବଂ ଇସ୍ପାତ୍ କାରଖାନାର ପରିଚାଳନାର ସମୀକ୍ଷା କରିଛନ୍ତି । ଏହାସହ ଏହି ଦୁଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ନିଆଯାଇଥିବା ସୁରକ୍ଷିତ ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମେ ଟିମର ସଦସ୍ୟଙ୍କ ସୁରକ୍ଷା ଚିନ୍ତା କରିବା ସହ ଲୋକମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ନହେବା ପାଇଁ ଆମେ କାର୍ଯ୍ୟ କରୁଛୁ । କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସିଏମଡି ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେ କହିଛନ୍ତି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟ । ଆମକୁ ସାମ୍ନା କରି ଜିତିବାକୁ ହେବ । ଆମର ଟିମ୍ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ । ଏକାଠି ହୋଇ ଏହି ସଂକଟକୁ ଦୂରେଇ ହେବ କରିହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଅନ୍ୟ ଏକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରସଙ୍ଗରେ ଚ୍ୟାଲେଞ୍ଜିଂ ସମୟରେ ସଠିକ୍ ହସ୍ତକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରିବାର ଓ ବ୍ୟବସାୟୀଙ୍କୁ ଲାଭଦାୟକ ଦେବ । ଯଦ୍ୱାରା ସେମାନେ କରୋନା ଯୁଦ୍ଧରେ ମୁକାବିଲା କରିବା ପାଇଁ ଧ୍ୟାନ ଦେଇପାରିବେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ମହାମାରୀର ବିପଦ ବିରୋଧରେ ଦେଶ ଏକାଠି ହୋଇଛି । ଆଜିର ଘୋଷଣା ସାମାଜ ତଥା ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବକୁ କମ୍ କରିବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*