କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ନେଇ ହେଉଛି ଉଦ୍ୟମ : ଲୋହାନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଏୟାର ଇନ୍ଦିଆର ସିଏମ୍‌ଡି ଅଶ୍ୱିନୀ ଲୋହାନୀ ଏୟାରଲାଇନ୍ସର କର୍ମଚାରୀଙ୍କୁ ଚିନ୍ତା ନକରିବାକୁ ପରାମର୍ଶ ଦେବା ସହ କହିଛନ୍ତି ଯେ, ପରିଚାଳନା ବିଭାଗ କର୍ମଚାରୀଙ୍କ ଚିନ୍ତା ବିଷୟରେ ବେଶ ଅବଗତ । ପ୍ରତିଯୋଗିତା ମାହୋଲରେ ଯଦିଓ ଆମେ ଆର୍ଥିକ ସମସ୍ୟା ଦେଇ ଗତି କରୁଛୁ ତଥାପି କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ନିଆଯାଉଛି ପଦକ୍ଷେପ ।
କେନ୍ଦ୍ର ସରକାର ଏୟାର ଇନ୍ଦିଆରୁ ୧୦୦% ପୁଞ୍ଜି ପ୍ରତ୍ୟାହାର ପ୍ରକି୍ରୟା ଆରମ୍ଭ କରିଛନ୍ତି । ଏହାକୁ ନେଇ ଅସନ୍ତୁଷ୍ଟ କର୍ମଚାରୀ ସଂଘ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଲେଣି । କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ, ଗୋଟିଏପଟେ ସରକାର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରୁଥିଲାବେଳେ ଅନ୍ୟପଟେ କର୍ମଚାରୀଙ୍କ ବକେୟା ଦରମା ଏବଂ ପେନସନ ନେଇ ସ୍ପଷ୍ଟତା ରଖିନାହାନ୍ତି ।
କର୍ମଚାରୀଙ୍କ ଏହି ବିକ୍ଷୋଭ ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଲୋହାନୀ କହିଛନ୍ତି ଯେ, ବର୍ତ୍ତମାନ ଏୟାରଲାଇନ୍ସ ପ୍ରବଳ ପ୍ରତିଯୋଗିତାର ଧାରାରେ କାମ କରୁଛି । ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହିଛି । ହେଲେ କର୍ମଚାରୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବ ନାହିଁ । କର୍ମଚାରୀଙ୍କୁ ଲେଖିଥିବା ପତ୍ରରେ ଲୋହାନୀ ଉଲ୍ଲେଖ କରିଛନ୍ତି ଯେ, ଆପଣମାନେ ଯେଉଁ ଏୟାର ଲାଇନ୍ସ କମ୍ପାନୀରେ କାମ କରୁଛନ୍ତି ତାହାର ପ୍ରତିଷ୍ଠା ବିଶ୍ୱରେ ରହିଛି । ଏହା ଆମ ଉପରେ ନିର୍ଭର କରୁଛି ଯେ, କିପରି ଆମେ ସମସ୍ତେ ମିଶି ବର୍ତ୍ତମାନର ଏହି ଅସୁବିଧା ସମୟକୁ ଦୂରେଇବା । ଯାହାଦ୍ୱାରା ଏୟାର ଇନ୍ଦିଆ ବ୍ରାନ୍ଦର ଚମକ ଜାରି ରହିବ । ଏଠାରେ ସୂଚନାଯୋଗ୍ୟ ଯେ, ସରକାର ପୁଞ୍ଜି ପ୍ରତ୍ୟାହାର ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଲନ୍ଦନ ଏବଂ ସିଙ୍ଗାପୁର ଭଳି ସହରେ ରୋଡ ଶୋ’ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*