କର୍ତ୍ତାରପୁର ଗୁରୁଦ୍ୱାରାକୁ ସାଧାରଣ ଲୋକ ଭାବେ ଆସିବେ ମନମୋହନ: କୁ୍ୟରେଶୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଇସଲାମାବାଦ

ଦେରା ବାବା ନାନକ ସ୍ଥିତ ଦରବାର ସାହିବ ଗୁରୁଦ୍ୱାରାକୁ ପାକିସ୍ତାନର କର୍ତ୍ତାରପୁର ସାହିବ ଗୁରୁଦ୍ୱାରାକୁ ସଂଯୋଗ କରୁଥିବା କରିଡରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନଭେମ୍ବର ୮ରେ ଉଦଘାଟନ କରିବାର ଦିନକ ପରେ ପାକିସ୍ତାନ ଏହାକୁ ଉଦ୍‌ଘାଟନ କରିବ । ଏହି ଉଦଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସାମିଲ ହେବେ । ହେଲେ ସେ ପାକିସ୍ତାନରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ନୁହେଁ, ଅଧିକନ୍ତୁ ଜଣେ ସାଧାରଣ ଯାତ୍ରୀଭାବେ ଯୋଗ ଦେବେ । ଏକଥା କଂଗ୍ରେସ କିମ୍ବା ନିଜେ ମନମୋହନ ସ୍ପଷ୍ଟ କରିନଥିଲେ ବି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁ୍ୟରେଶୀ ଦାବି କରିଛନ୍ତି । ମୁଲତାନଠାରେ ଗଣମାଧ୍ୟମକୁ ସୂଚନା ଦେଇ କୁ୍ୟରେଶୀ କହିଥିଲେ ଯେ, ମନମୋହନ ସିଂହ ତାଙ୍କ ପାଖକୁ ଲେଖିଥିବା ଏକ ଚିଠିରେ ସେ ଗୁରୁଦ୍ୱାରାକୁ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । “ମୁଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଥିଲି । ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ସେ ମୋତେ ଚିଠି ଲେଖି ଉତ୍ସବକୁ ମୁଖ୍ୟ ଅତିଥିଭାବେ ନୁହେଁ, ଅଧିକନ୍ତୁ ଜଣେ ସାଧାରଣ ଲୋକଭାବେ ପହଞ୍ଚôବେ ବୋଲି କହିଥିଲେ । ସେ ସାଧାରଣ ଲୋକଭାବେ ଏଠାକୁ ଆସିଲେ ମଧ୍ୟ ଆମେ ତାଙ୍କୁ ସ୍ୱାଗତ କରିବୁ ବୋଲି କୁ୍ୟରେଶୀ କହିଥିଲେ ।
ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କର୍ତ୍ତାରପୁର କରିଡରର ଉଦଘାଟନ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ହେଲେ ଏହା ପରେ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସେ ପାକିସ୍ତାନରେ ଆୟୋଜିତ କୌଣସି ଉତ୍ସବରେ ଯୋଗ ଦେବାର ପ୍ରଶ୍ନ ଉଠୁନିି କି ପୂର୍ବତନ ପ୍ରଧାନମନ୍ତ୍ରୀ ସେଠାରେ ଯୋଗଦେବେ ବୋଲି ସେ ଭାବୁନାହାନ୍ତି ବୋଲି କହିଥିଲେ । ଏହା ପୂର୍ବରୁ ମନମୋହନ ସିଂହ କର୍ତ୍ତାରପୁର କୋରିଡର ଦେଇ ବାହାରିବାକୁ ଥିବା ପ୍ରଥମ ଜଥାରେ ସାମିଲ ହୋଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେଣୁ ଏବେ ଯେତେବେଳେ ମନମୋହନ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହକୁ ଜଣେ ସାଧାରଣ ଲୋକଭାବେ ଯିବେ ବୋଲି ଚର୍ଚ୍ଚା ହେଉଛି, ସେ ଏହି ଜଥାରେ ହିଁ ସେଠାକୁ ଯିବେ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ ଥାଉ କି, ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଅବସରରେ କର୍ତ୍ତାରପୁର କରିଡର ଦେଇ ଭାରତୀୟ ଶ୍ରଦ୍ଧାଳୁ କର୍ତ୍ତାରପୁର ସାହିବ ଗୁରୁଦ୍ୱାରାଠାରେ ପହଞ୍ଚô ଦର୍ଶନ କରିପାରିବେ । ପାକିସ୍ତାନ ଦୈନିକ ୫ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସହମତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*