କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ପାକିସ୍ତାନ ଯିବାକୁ ସିଦ୍ଧୁ ମାଗିଲେ ଅନୁମତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଚଣ୍ଡିଗଡ

କଂଗ୍ରେସ ନେତା ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କୁ ଚିଠି ଲେଖି ପାକିସ୍ତାନ ଯିବାକୁ ଅନୁମତି ମାଗିଛନ୍ତି । କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଆସିବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛି । ତେଣୁ ସେଠାକୁ ଯିବା ସକାଶେ ସିଦ୍ଧୁ ଉକ୍ତ ଅନୁରୋଧ କରିଥିବା ଜଣାପଡିଛି । ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କହିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରିଡର ଉଦଘାଟନ ସମାରୋହରେ ସାମିଲ ହେବା ପାଇଁ ସ୍ୱତନ୍ତ୍ରଭାବେ ନିମନ୍ତ୍ରଣ କରିଛନ୍ତି । ଯଦି ସରକାର ତାଙ୍କୁ ଅନୁମତି ଦିଅନ୍ତି, ତେବେ ସେ ନିଶ୍ଚିତ ଯିବେ । ଏହା ପୂର୍ବରୁ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଥିଲେ ଯେ, ସିଦ୍ଧୁ, ଇମ୍ରାନ ଖାନଙ୍କ ନିମନ୍ତ୍ରଣ ସ୍ୱୀକାର କରିନେଇଥିଲେ ମଧ୍ୟ ସେଠାକୁ ଯିବା ପାଇଁ ସେ ସରକାରଙ୍କ ଅନୁମତି ନେବା ଦରକାର । ଅପରପକ୍ଷରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ ଏବଂ ବିଧାୟକ ଅମ୍ରିନ୍ଦର ରାଜା, କରିଡର ଖୋଲିବାରେ ସିଦ୍ଧୁଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାରୁ ଏହାର ଉଦଘାଟନବେଳେ ସେ ପାକିସ୍ତାନ ଯିବା ଜରୁରୀ । ଏହା ପଞ୍ଜାବର ଲୋକଙ୍କ ପାଇଁ ସମ୍ମାନର ବିଷୟ ହେବ ବୋଲି ସେମାନେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*