କର୍ଣ୍ଣାଟକରେ କଂଗ୍ରେସ-ଜଦଧ ମଧ୍ୟରେ ଫାଟ,ୟେଦିରପ୍ପାଙ୍କ ସମର୍ଥନରେ ଆସିଲେ କୁମାରସ୍ୱାମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଙ୍ଗାଲୁରୁ

ଜଦଧ ନେତା ତଥା କର୍ଣ୍ଣାଟକର ପୂର୍ବମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି ଯେ, ତାଙ୍କ ଦଳ ରାଜ୍ୟରେ ଭାଜପା ସରକାରକୁ ଭାଙ୍ଗିବାର ଚେଷ୍ଟା କରିବ ନାହିଁ, ଯେପରି ତାଙ୍କ ଗଠବନ୍ଧନ ସରକାରକୁ ଭଙ୍ଗାଯାଇଥିଲା । କୁମାରସ୍ୱାମୀଙ୍କ ଏହି ବୟାନକୁ କଂଗ୍ରେସର ପୂର୍ବମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା ସମାଲୋଚନା କରିବା ସହ କହିଛନ୍ତି ଯେ, ସାମ୍ପ୍ରଦାୟିକ ଶକ୍ତିକୁ ସମର୍ଥନ କରିବା ଘାତକ ସାବ୍ୟସ୍ତ ହେବ । ସେ କହିଛନ୍ତି କୁମାରସ୍ୱାମୀ ପୂର୍ବରୁ ଭାଜପାକୁ ସମର୍ଥନ ଦେଇ ସରକାର ଗଠନ କରିଥିଲେ । ତେଣୁ ତାଙ୍କର ଏହି ବୟାନକୁ ନେଇ ମୁଁ ଆଦୌ ବ୍ୟସ୍ତ ନୁହେଁ ।
କର୍ଣ୍ଣାଟକରେ ପୂର୍ବରୁ କଂଗ୍ରେସ ଓ ଜଦଧ ସରକାର ରହିଥିଲା ବେଳେ କିଛି ବିଧାୟକ ଦଳରୁ ଇସ୍ତଫା ଦେଇ ଭାଜପାକୁ ସମର୍ଥନ ଦେବା ପରେ ଏହି ସରକାର ଭାଙ୍ଗିଥିଲା । ସେତେବେଳେ କୁହାଯାଉଥିଲା ଯେ, ଏହି ଗଠବନ୍ଧନ ଅତୁଟ ରହିବ । ହେଲେ ଏବେ ଜଦଧ ନେତା ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ସ୍ପଷ୍ଟ କରୁଛି ଯେ, ଗଠବନ୍ଧନରେ ସବୁକିଛି ଠିକ୍‌ ଠାକ୍‌ ନାହିଁ । ରବିବାର କୁମାରସ୍ୱାମୀ କହିଥିଲେ ଆମେ ଚାହୁଁନାହୁଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଉ । ତେଣୁ ଆମ ଦଳ ଭାଜପା ସରକାରକୁ ଭାଙ୍ଗିବାର ଚେଷ୍ଟା କରିବ ନାହିଁ । ସେ ସାମ୍ବାଦିକମାନଙ୍କୁ କଂଗ୍ରେସର ନାମ ନନେଇ ସୂଚନା ଦେଇଥିଲେ ଯେ, ଅନ୍ୟ ଦଳର ନେତାମାନେ ଚାହୁଁଛନ୍ତି କିପରି ପୁଣି ଥରେ କ୍ଷମତାକୁ ଫେରିବେ । ହେଲେ ଆମେ ଚାହୁଁନାହୁଁ । ଆମେ ପ୍ରଭାବଶାଳୀ ବିରୋଧୀ ଭାବେ କାର୍ଯ୍ୟ କରିବୁ ଏବଂ ରାଜ୍ୟର ବିକାଶ ଦିଗରେ ସହଯୋଗ କରିବୁ । ଗୋଟିଏ ପଟେ କୁମାରସ୍ୱାମୀ ମଧ୍ୟବର୍ତ୍ତୀ ନିର୍ବାଚନ ନହେବାର ବିଷୟ କହୁଥିବା ବେଳେ ଅନ୍ୟପଟେ ପୂର୍ବମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧ ରମୈୟା ବାରମ୍ବାର କହିଆସୁଛନ୍ତି ଯେ, ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ ହୋଇପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*