କର୍କଟ ଚିହ୍ନଟ ଓ ସଚେତନତା ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯାଜପୁର ଟାଉନ

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫିଜିଓଥେରାପି ବିଭାଗରେ କର୍କଟ ରୋଗ ଚିହ୍ନଟ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅରୁଣ କୁମାର ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କର୍କଟ ଏକ ମାରାତ୍ମକ ରୋଗ ରୂପେ ଦେଖାଦେଇଥିବାରୁ ଏହାର ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗ ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ପଦ୍ଧତି ସହଜ ହେବା ସହ ରୋଗୀର ଜୀବନ ରକ୍ଷା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ଆସିଷ୍ଟାନ୍ଦ୍ ପ୍ରଫେସର ଡ. ସୁବ୍ରତ କୁମାର ସାମନ୍ତରାୟ ଓ ଡ. ତପନ କୁମାର ସାହୁ ଏଥିରେ ଯୋଗଦେଇ କର୍କଟ ରୋଗ ଚିହ୍ନଟ ଓ ପରବର୍ତ୍ତୀ ଚିକିତ୍ସା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ. ପ୍ରଫୁଲ୍ଲ କୁମାର ଦିକ୍ଷୀତ୍, ଏଡିଏମ୍ଓ ଡ. ଅନୁପ ନାଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*