କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୮ ଛୁଇଁଲା ୩ ରାଜ୍ୟରେ କର୍ଫ୍ୟୁ, ମଙ୍ଗଳବାର ରାତି ୧୨ ପରେ ଘରୋଇ ଉଡାଣ ରଦ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଅଯୋଧ୍ୟା

ଦେଶରେ ଏବେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ୪୬୮ ଛୁଇଁଛି । କେରଳରେ ସଦସ୍ୟ ୨୮ଟି ନୂଆ ସଂକ୍ରମଣ ମାମଲା ଜଣାପଡିବା ପରେ କରୋନା ସଂକ୍ରମଣ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି । ଏହା ହେଉଛି ଭାରତରେ ପ୍ରଥମ, ଯେଉଁଦିନ ୧୦୦ରୁ ଊଦ୍ଧ୍ୱର୍ ସଂକ୍ରମଣ ମାମଲା ସାମନାକୁ ଆସିଛି । ଯଦି ଏହି ଗତି ଲାଗିରୁହେ, ତେବେ ମାତ୍ର କେଉଁ ଘଣ୍ଟା ମଧ୍ୟରେ ଭାରତରେ ଏହି ସଂଖ୍ୟା ୫୦୦ ଟପିଯିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏବେ ସରକାର ଯେଉଁଠାରେ ନୋଭେଲ କରୋନା ଭାଇରସ୍‌ ସଂକ୍ରମଣ ଦେଖାଯାଇଛି, ସେଠାରେ ଲୋକଙ୍କ ଯାତାୟାତକୁ ପୁରାପୁରି ବନ୍ଦ କରିବାକୁ ବିଚାର କରୁଥିବା ଜଣାପଡିଛି । ସେହିପରି ସୋମବାର ନୋଭେଲ କରୋନା ଭାଇରସ୍‌(କୋଭିଡ-୧୯) ସଂକ୍ରମଣ ଜନିତ ମୃତୁ୍ୟସଂଖ୍ୟା ୮ ଛୁଇଁଛି । ପଶ୍ଚିମବଙ୍ଗରେ ଉକ୍ତ ଭାଇରସ୍‌ ସଂକ୍ରମଣରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ନିକଟରେ ଇଟାଲୀରୁ ଫେରିଥିଲେ । ଏହା ହେଉଛି ପଶ୍ଚିମବଙ୍ଗରେ ପ୍ରଥମ କରୋନା ଭାଇରସ୍‌ ଜନିତ ମୃତୁ୍ୟ ମାମଲା । ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଲକ୍‌ଡାଉନ୍‌କୁ କଡାକଡିଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଲକ୍‌ଡାଉନ୍‌ ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାକୁ ଦୃଷ୍ଟିରେ ରଖି ଏମ୍ସ ଏବଂ ଏହାର ସମସ୍ତ କେନ୍ଦ୍ରରେ ଓପିଡି ସେବା ପରବର୍ତ୍ତୀ ଆଦେଶ ଯାଏ ବନ୍ଦ କରିଦିଆଯାଇଛି । ସେହିପରି ବସ୍‌ ଏବଂ ଟ୍ରେନ୍‌ ସେବା ବନ୍ଦ ହେବା ପରେ ଏବେ ମଙ୍ଗଳବାର ରାତିରୁ ସବୁ ଘରୋଇ ଉଡାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଛଡା ପଞ୍ଜାବ, ମହାରାଷ୍ଟ୍ର ଏବଂ ପୁଡୁଚେରୀରେ କର୍ଫୁ୍ୟର ଘୋଷଣା କରାଯାଇଛି । ଏଠାରେ କେବଳ ଜରୁରୀ ସେବା ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲକ୍‌ଡାଉନ୍‌ଙ୍କୁ ଗମ୍ଭୀରତାର ସହ ନେବା ପାଇଁ ଲୋକଙ୍କୁ ଆହ୍ୱାନ୍‌ ଦେଇଛନ୍ତି ।
ମହାରାଷ୍ଟ୍ରରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର
ମହାରାଷ୍ଟ୍ରର ସଂକ୍ରମଣ ଅତି ଭୟଙ୍କରଭାବେ ବଢିଚାଲିଛି । ରାଜ୍ୟରେ ରବିବାର ମିଳିଥିବା ୧୦ କରୋନା ପଜିଟିଭ୍‌ ଲୋକଙ୍କ ମଧ୍ୟରୁ ୫ ଜଣ ସ୍ଥାନୀୟ ସ୍ତରରେ ସଂକ୍ରମିତ ହୋଇଥିବାବେଳେ ଆଉ ୫ ଜଣ ବିଦେଶରୁ ଫେରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ, ସ୍ଥାନୀୟ ସ୍ତରରେ ସଂକ୍ରମଣ ବୃଦ୍ଧି ନିଶ୍ଚିତଭାବେ ଚିନ୍ତାର କାରଣ ବୋଲି କହିଛନ୍ତି । ରାଜ୍ୟର ସମସ୍ତ ସ୍କୁଲ-କଲେଜ, ଜିମ ଏବଂ ସ୍ୱିମିଂ ପୁଲ ବନ୍ଦ କରିଦିଆଯାଇଛି । ଘରୋଇ ଶିକ୍ଷାନୁଷ୍ଠାନ, ପରୀକ୍ଷା ଟାଳିବାକୁ ମଧ୍ୟ ଆଦେଶ ଦିଆଯାଇଛି । ସରକାର ସମସ୍ତ ପ୍ରକାର ଧାର୍ମିକ ଅବା ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଥିବା ସେ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ରାଜ୍ୟରେ ସଂକ୍ରମଣରୁ ଭଲ ହୋଇଥିବା ଫିଲିପାଇନ୍ସର ଜଣେ ୬୮ ବର୍ଷୀୟ ନାଗରିକଙ୍କ କିଡନୀ ଫେଲ୍‌ କାରଣରୁ ମୃତୁ୍ୟ ହୋଇଛି । ଏହାପୂର୍ବରୁ ତାଙ୍କର ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ତାଙ୍କୁ ରବିବାର କସ୍ତୁରବା ହସପିଟାଲରୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୫ଟି ନୂଆ ମାମଲା ସାମନାକୁ ଆସିଛି । ଏଥିରେ ମୁମ୍ବାଇର ୧୪ ଏବଂ ପୁନେର ଜଣେ କରୋନା ସଂକ୍ରମିତ ହୋଇଛନ୍ତି ।
ରାଜ୍ୟରେ ବର୍ଦ୍ଧିତ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ କର୍ଫୁ୍ୟ ଜାରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ । ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ଲୋକେ ଶୁଣୁନାହାଁନ୍ତି । ତେଣୁ ଏବେ ସମୟ ଆସିଛି ସବୁ ସ୍ଥାନରେ କର୍ଫୁ୍ୟ ଜାରି କରିବାର । ସବୁ ଜିଲାର ସୀମା ସିଲ୍‌ କରିଦିଆଯାଇଛି । ଏବେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲାକୁ ଲୋକ ଯାଇପାରିବେ ନାହିଁ । ହେଲେ ଲୋକଙ୍କୁ ଜରୁରୀ ସେବା ଉପଲବ୍ଧ ହେବ । କ୍ଷୀର, ବେକରୀ, ମେଡିକାଲ ଆଦି ଖୋଲା ରହିବ । ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଉଦ୍ଧବ କହିଥିଲେ ।
ଅନ୍ୟପଟେ ହରିୟାଣାର ମଧ୍ୟ ସବୁ ଜିଲାକୁ ଲକ୍‌ ଡାଉନ୍‌ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା ଘୋଷଣା କରିଛନ୍ତି ।
ଅନେକ ସହରରେ ଲକ୍‌ ଡାଉନ୍‌ ଉଲଂଘନ
ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ୨୫ ରାଜ୍ୟର ୭୫ ଜିଲାକୁ ମାର୍ଚ୍ଚ ୩୧ ଯାଏ ଲକ୍‌ଡାଉନ୍‌ କରାଯାଇଛି । ଏହା ସତ୍ତ୍ୱେ ବହୁ ସହରରେ ଲୋକେ ରବିବାର ବିଳମ୍ବିତ ରାତି ଏବଂ ସୋମବାର ସକାଳେ ଲକ୍‌ଡାଉନର ଉଲଂଘନ କରିବା ଦେଖାଯାଇଥିଲା । ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଲୋକଙ୍କୁ ସରକାରଙ୍କ ନିଦେ୍ର୍ଦଶର ପାଳନ କରିବାକୁ ପୁନର୍ବାର ଆହ୍ୱାନ୍‌ ଦେଇଥିଲେ । ସେ ଟୁଇଟ୍‌ କରି ଲକ୍‌ ଡାଉନକୁ ଏବେ ବି କିଛି ଲୋକ ଗମ୍ଭୀରତାର ସହ ନେଉନଥିବା କଥା କହିଥିଲେ । ଦୟା କରି ନିଜକୁ ବଞ୍ଚାନ୍ତୁ ଏବଂ ନିଜ ପରିବାରକୁ ରକ୍ଷା କରନ୍ତୁ ଏବଂ ନିୟମକୁ ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଲୋକଙ୍କ ଉଦେ୍ଦଶ୍ୟରେ ଟୁଇଟ୍‌ କରିଥିଲେ ।
ଦେଶରେ ସମସ୍ତ ପରିବହନ ବ୍ୟବସ୍ଥା ବନ୍ଦ
କରୋନା ଭାଇରସ୍‌ କାରଣରୁ ଏବେ ପୁରା ଦେଶରେ କୌଣସି ଲୋକ କେଉଁଠାକୁ ବି ଯାତ୍ରା କରିପାରିବ ନାହିଁ । ଦେଶର ୧୯ ରାଜ୍ୟରେ ସଂପୂର୍ଣ୍ଣ ଏବଂ ୫ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ପଞ୍ଜାବ, ପୁଡୁଚେରୀ ଏବଂ ମହାରାଷ୍ଟ୍ରରେ କର୍ଫୁ୍ୟ ରହିଛି । ଅର୍ଥାତ୍‌ ଏହି ରାଜ୍ୟମାନଙ୍କରେ ସୀମା ସିଲ୍‌ ହେବା ସହ ଟ୍ରେନ୍‌ ଏବଂ ବସ୍‌ ସେବା ବନ୍ଦ ରହିଛି । ଏହା ମଧ୍ୟରେ କେନ୍ଦ୍ର ପକ୍ଷରୁ ଆସନ୍ତା ମଙ୍ଗଳବାର, ରାତି ୧୨ଟାରୁ ସମସ୍ତ ଘରୋଇ ବିମାନ ଉଡାଣ ବନ୍ଦ କରିଦିଆଯିବ ବୋଲି ସୋମବାର ନିଦେ୍ର୍ଦଶ ଜାରି ହୋଇଛି । ମଙ୍ଗଳବାର ରାତି ୧୧.୫୯ ସୁଦ୍ଧ ସମସ୍ତ ଘରୋଇ ବିମାନ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚô ଯିବା ଦରକାର ବୋଲି ସରକାର ଘରୋଇ ଏୟାରଲାଇନ୍ସଗୁଡିକୁ ନିଦେ୍ର୍ଦଶ ଜାରି କରିଛନ୍ତି । କେବଳ ସାମଗ୍ରୀ ପରିବହନ କରୁଥିବା କାର୍ଗୋ ବିମାନଗୁଡିକ ଉପରେ ଏହି ଆଦେଶ ଲାଗୁ ହେବ ନାହିଁ । ସରକାରଙ୍କ ଏହି ପ୍ରତିବନ୍ଧକ ପରେ ବୁଧବାରଠାରୁ ଦେଶରେ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*