କରୋନା ସଂକ୍ରମଣ ଛୁଇଁଲା ୫୨୮ ଯାଞ୍ଚ ଏବଂ ଚିକିତ୍ସା ସୁବିଧା ବୃଦ୍ଧି ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଦେଶରେ କାରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଖବର ଲେଖା ହେଲା ବେଳକୁ ଦେଶରେ ୫୨୮ ସଂକ୍ରମଣ ମାମଲା ସାମନାକୁ ଆସିଥିବାବେଳେ ଏହାଯୋଗୁ ୧୦ ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇସାରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧ ଟି ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କେରଳ(୯୫) । ଏବେ ଏହାର ବ୍ୟାପିବାକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି । ପଞ୍ଜାବ, ମହାରାଷ୍ଟ୍ର ଏବଂ ପୁଡୁଚେରୀ ପରେ ଏବେ ହିମାଚଳ ପ୍ରଦେଶରେ ମଧ୍ୟ କର୍ଫୁ୍ୟ ଲଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଙ୍ଗଳବାର ଏହାର ଘୋଷଣା କରିଛନ୍ତି । ସେ ଲୋକଙ୍କୁ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି । ଯଦି କେହି ଏହାକୁ ଅମାନ୍ୟ କରେ, ତେବେ ତାଙ୍କ ବିରୋଧରେ ପୁଲିସ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସେ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବାକୁ ଆଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ସେମାନେ ହସପିଟାଲ, କ୍ଳିନିକାଲ ଲ୍ୟାବ୍‌, ଆଇସୋଲେସନ ୱାର୍ଡର ସ୍ଥାପନା ପାଇଁ ରାଜ୍ୟର ଜରୁରୀକାଳୀନ ପାଣ୍ଠିର ବ୍ୟବହାର କରନ୍ତୁ ବୋଲି ନିଦେ୍ର୍ଦଶ ଦିଆଯାଇଛି ।
ମଙ୍ଗଳବାର ମଣିପୁରରେ ସଂକ୍ରମଣର ପ୍ରଥମ ମାମଲା ସାମନାକୁ ଆସିଛି । ୨୩ ବର୍ଷୀୟ କରୋନା ସଂକ୍ରମିତ ଜଣେ ଯୁବତୀ ନିକଟରେ ବ୍ରିଟେନରୁ ଫେରିଥିଲେ । ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ୩୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୬୦ ଜିଲ୍ଲାକୁ ପୁରାପୁରି ଲକ୍‌ଡାଉନ୍‌ କରାଯାଇଛି । ଏହାମଧ୍ୟରେ ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ୨୬ରେ ୫୫ଟି ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ରଦ୍ଦ କରିଦେଇଛନ୍ତି ।
ମୃତୁ୍ୟ ସଂଖ୍ୟା ୧୦ ହେଲା
ଦେଶରେ କରୋନା ଭାଇରସ୍‌ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତ ୧୪ ଦିନ ମଧ୍ୟରେ ଦେଶରେ କରୋନା ଯୋଗୁ ୧୦ଜଣ ଲୋକଙ୍କ ଜୀବନ ଯାଇସାରିଲାଣି । ମଙ୍ଗଳବାର ମହାରାଷ୍ଟ୍ରରେ ଆଉ ଜଣେ ବ୍ୟକ୍ତିଙ୍କର ଜୀବନ ଯିବା ସହ ଏହି ମୃତୁ୍ୟସଂଖ୍ୟା ୧୦ରେ ପହଞ୍ଚôଛି । ମୃତ ବ୍ୟକ୍ତିଙ୍କର ବୟସ ୬୩ ବର୍ଷ ଥିଲା । ସେ ନିକଟରେ ଦୁବାଇରୁ ମୁମ୍ବାଇ ଫେରିଥିଲେ ଏବଂ ତାଙ୍କଠାରେ କରୋନା ଭାଇରସ୍‌ ଥିବାର ମିଳିଥିଲା । ଉକ୍ତ ବ୍ୟକ୍ତି ପୂର୍ବରୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ଏପର୍ଯ୍ୟନ୍ତ କରୋନା କାରଣରୁ ପ୍ରାଣ ହରାଇଥିବା ଅନୂ୍ୟନ ୭ଜଣ ଡାଇବେଟିସ୍‌ ଅବା ରକ୍ତଚାପରେ ଆକ୍ରାନ୍ତ ଥିଲେ । ଏହାଛଡା ଭାରତରେ ଯେଉଁମାନେ ବି କରୋନା ଯୋଗୁ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ୬୦ ବର୍ଷରୁ ଉଦ୍ଧ୍ୱର୍ ଥିଲା । ମୃତକଙ୍କ ମଧ୍ୟରେ କେବଳ ଜଣେ ୩୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ହେଲେ ସେ ମଧ୍ୟ କିଡନୀ ଏବଂ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ ।
ଦିଲ୍ଲୀରେ ୧୦୧୨ ଜଣ ଲୋକଙ୍କ ବିରୋଧରେ ମାମଲା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଗୋଟିଏ ବି କରୋନା ମାମଲା ସାମନାକୁ ଆସିନି । ସେହିପରି ୫ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଛି । ଆମ ସମ୍ମୁଖରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା-ଆମେ କୌଣସି ବି କାରଣରୁ ସ୍ଥିତିକୁ ଅନିୟନ୍ତ୍ରିତ ହେବାକୁ ଦେବା ନାହିଁ । ହେଲେ ଏଥିରେ ସମସ୍ତଙ୍କ ସହଯୋଗ ଲୋଡା । ଦିଲ୍ଲୀରେ ଲକ୍‌ଡାଉନର ଉଲଂଘନ କରିଥିବା ୧୦୧୨ ଲୋକଙ୍କ ଉପରେ ମାମଲା ରୁଜୁ ହୋଇଛି ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି ।
କଜାଖସ୍ତାନରେ ଫଶିଥିବା ଛାତ୍ର କଲେ ନିବେଦନ
କଜାଖସ୍ତାନରେ ଫଶିଥିବା ଭାରତୀୟ ଛାତ୍ରଛାତ୍ରୀ ଭାରତ ସରକାରଙ୍କୁ ସେମାନଙ୍କୁ ସେଠାରୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି । ସେଠାରେ ପଢୁଥିବା ଭାରତୀୟ ଛାତ୍ରମାନେ ସୂଚନା ଦେଇଛନ୍ତି ଯେ, ସେମାନେ ବର୍ତ୍ତମାନର ପରିସ୍ଥିତି କାରଣରୁ ଫଶି ରହିଛନ୍ତି । ସେମାନେ ଫେରିବା ପାଇଁ ବୁକ୍‌ କରିଥିବା ବିମାନ ରଦ୍ଦ ହୋଇଯାଇଛି । ଏୟାରପୋର୍ଟରୁ ସେମାନଙ୍କ ହଷ୍ଟେଲ ବହୁ ଦୂର ହୋଇଥିବାରୁ ସେମାନେ ଏବେ ନିକଟସ୍ଥ ଏକ ଭଡା ଘରେ ରହୁଥିବା କହିଛନ୍ତି ।
ସେହିପରି ଢାକାରେ ପଢୁଥିବା ୭୦ ଜଣ କାଶ୍ମୀରୀ ଛାତ୍ର ଭାରତ-ବାଂଲାଦେଶ ସୀମା ବେନାପୋର୍ଟଠାରେ ଫଶି ରହିଛନ୍ତି । କରୋନା କାରଣରୁ କଲେଜ୍‌ ବନ୍ଦ ହେବା କାରଣରୁ ସେମାନେ ଭାରତ ଫେରୁଥିଲେ । କେନ୍ଦ୍ର ସରକାର ସମସ୍ତ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକ ଲଗାଇଛନ୍ତି । ଅନ୍ତର୍ଜାତୀୟ ସୀମା, ବନ୍ଦର ଏବଂ ଏଣ୍ଟ୍ରି ପଏଣ୍ଟକୁ ବନ୍ଦ କରିଦିଆଯାଇଛି । ଏପରି ସ୍ଥିତିରେ କାଶ୍ମୀରୀ ଛାତ୍ର ନିଜ ଘରକୁ ଫେରି ପାରୁନଥିବା ଜଣାପଡିଛି । ପ୍ରକାଶ ଥାଉ କି, ବାଂଲାଦେଶରେ ପାଖାପାଖି ୭-୧୦ ହଜାର କାଶ୍ମୀର ଛାତ୍ର ପଢିଥାନ୍ତି । ଏଥିମଧ୍ୟରୁ ଅଧିକାଂଶ ଇତିମଧ୍ୟରେ ଭାରତକୁ ଫେରିସାରିଛନ୍ତି ।
ଆନ୍ଧ୍ରପ୍ରଦେଶରେ ଯାତ୍ରା ସୂଚନା ଲୁଚାଉଥିବା ଲୋକଙ୍କ ହେବ ଚିହ୍ନଟ
ଆନ୍ଧ୍ରପ୍ରଦେଶ ସରକାର ନିଜର ଯାତ୍ରା ସୂଚନା ଲୁଚାଉଥିବା ଲୋକଙ୍କ ଚିହ୍ନଟ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହା ଅନ୍ତର୍ଗତ କର୍ମଚାରୀ ଘରକୁ ଘର ଯାଇ ବିଦେଶ ଫେରନ୍ତା ଲୋକଙ୍କ ସନ୍ଧାନ କରିବେ । ରାଜ୍ୟର ୨.୫ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଉଛି । ପ୍ରତି ସ୍ୱେଚ୍ଛାସେବୀଙ୍କୁ ପାଖାପାଖି ୫୦ ଘର ପ୍ରଦାନ କରାଯାଉଛି । ଏହିପରି ଭାବେ ୧କୋଟି ୩୮ଲକ୍ଷ ଘରର ସ୍କ୍ରିନିଂ କରାଯିବ । ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟ ସରକାର ବିଦେଶରୁ ଫେରିଥିବା ୧୦୦୦ ଲୋକଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେବେ । ରାଜ୍ୟରେ ଏବେ ବିଦେଶରୁ ଫେରିଥିବା ୧୪୦ ଲୋକଙ୍କଠାରେ କରୋନା ଭାଇରସ୍‌ ଲକ୍ଷଣ ଦେଖିବାକୁ ମିଳିଛି । ଅବଶିଷ୍ଟ ୯୮୬୦ ଲୋକଙ୍କୁ ଚିହ୍ନଟ କରାଯିବା ବାକି ଅଛି । ଏହି ଲୋକମାନେ ଫେବୃଆରୀ ୧୦ ପରେ ରାଜ୍ୟକୁ ଫେରିଛନ୍ତି ।
୧୯୫ ଦେଶରେ ସଂକ୍ରମଣ, ୧୭,୧୪୭ ଲୋକଙ୍କ ମୃତୁ୍ୟ
ବିଶ୍ୱର ସମସ୍ତ ୧୯୫ ଦେଶ କରୋନା ଭାଇରସ୍‌ର ବଳୟ ମଧ୍ୟ ଆସିସାରିଛନ୍ତି । ଏହା ଯୋଗୁ ୧୭,୧୪୭ ଜଣ ଲୋକଙ୍କ ମୃତୁ୍ୟ ହୋଇସାରିଥିବାବେଳେ ୩ଲକ୍ଷ ୯୨ହଜାର ୩୯୯ ଲୋକ ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ୧ଲକ୍ଷ ୨ହଜାର ଲୋକ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି । ଇଟାଲୀର ସବୁଠୁ ବଡ ସ୍ୱାସ୍ଥ୍ୟ ସଂଗଠନ ଦେଶରେ କରୋନା ସଂକ୍ରମଣର ଯାହା ମାମଲା ସାମନାକୁ ଆସିଛି, ତାହା ୧୦ ଗୁଣ ବଢିଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି । ଏବେ ଇଟାଲୀର ୬୩,୯୬୭ ଲୋକ ନୋଭେଲ କରୋନା ଭାଇରସ୍‌ ଯୋଗୁ ସଂକ୍ରମିତ ହୋଇଛନ୍ତି । ହେଲେ ଉକ୍ତ ହେଲ୍‌ଥ ଏଜେନ୍ସୀ ଏହି ସଂକ୍ରମଣ ୬ଲକ୍ଷ ହୋଇଯିବାର ଆଶଙ୍କା ବ୍ୟକ୍ତ କରିଛି । ଆମକୁ ଖୁବଶୀଘ୍ର ନୂଆ ଭେଣ୍ଟିଲେଟର୍ସ ଏବଂ ମାକ୍ସ କିଣିବାର ଅଛି । ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହା କଷ୍ଟକର ଲାଗୁଛି । କାରଣ ଏବେ ପ୍ରତ୍ୟେକ ଦେଶ ଏସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି । ପଡୋଶୀ ଦେଶ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ହୋଇଯାଇଛି । ସେଠାରେ ୭ ଜଣଙ୍କ ମୃତୁ୍ୟ ସତ୍ତ୍ୱେ ପାକ୍‌ ସରକାର ଏହି ମହାମାରୀ ପାଇଁ ଆଦୌ ପ୍ରସ୍ତୁତ ନୁହନ୍ତି । ସେଠାକାର ହସପିଟାଲରେ ଆବଶ୍ୟକୀୟ ସାମଗ୍ରୀ ନାହିଁ । ଲୋକଙ୍କ ଉପରେ କଟକଣା ଲଗାଇବା ପାଇଁ ଏବେ ପାକିସ୍ତାନର ସ୍ଥାନେ ସ୍ଥାନେ ସେନା ମୁତୟନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*