କରୋନା ସଂକଟ : ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
କରୋନା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି ୨୬ ମାର୍ଚ୍ଚ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିଦେ୍ର୍ଦଶନାମା ଜାରି କରାଯାଇଛି । ନୂଆ ତାରିଖର ଘୋଷଣା କରାଯାଇଥିଲା ବେଳେ କମିଶନ କହିଛନ୍ତି ଯେ, ମାର୍ଚ୍ଚ ୩୧ ପରେ ଆମେ ସ୍ଥିତି ସମୀକ୍ଷା କରିବୁ ।
ସୂଚନାଯୋଗ୍ୟ ଯେ, ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ୨୬ ତାରିଖରେ ନିର୍ବାଚନ ହେବାକୁ ଥିଲା । ହେଲେ ମାର୍ଚ୍ଚ ୧୮ ନାମାଙ୍କନ ପ୍ରତ୍ୟାହାର ପାଇଁ ନିର୍ଦ୍ଦାରିତ ସମୟସୀମା ପରେ ୩୭ ଜଣ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଏବେ ୧୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ । ଏହି ଆସନ ସବୁ ଗୁଜୁରାଟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ ଝାଡ଼ଖନ୍ଦ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*