କରୋନା ମୁକ୍ତ ହେବା ବାଟରେ ମନରେ ଭରିଛି ଦୃଢ଼ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାଙ୍ଗାଲୋର

ଭାରତୀୟ କହି ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି ଚାପପୂର୍ଣ୍ଣ ସଂଗରୋଧ ସମୟ ଦେଇ ଗତି କରି ନିଜକୁ କରୋନା ସଂକ୍ରମଣ ମୁକ୍ତ କରିବା ବାଟରେ ମନରେ ଦୃଢ଼ତା ଭରିଛି । ବର୍ତ୍ତମାନ ପଡିଆରେ ତେଣୁ ଯେକୌଣସି ପରିସ୍ଥିତି ଆସିଲେ ତାହାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଗତ ମାସରେ ସ୍ଥାନୀୟ ସାଇ କେନ୍ଦ୍ରରେ ଜାତୀୟ କ୍ୟାମ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ବେଳେ ୬ଜଣ ଖେଳାଳି କୋଭିଡ-୧୯ରେ ସଂକ୍ରମିତ ଥିବା ଟେଷ୍ଟରୁ ବାହାରିଥିଲେ । ମନପ୍ରୀତ ବି ସେମାନଙ୍କ ମଧ୍ୟରେ ଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମନପ୍ରୀତ ଏବେ ଏକାକୀ ଅଭ୍ୟାସ ହେବାକୁ ମିଳିନି ଅନୁମତି । ହକି ଇନ୍ଦିଆ ଅଧିକାରୀମାନେ ସବୁଦିନ ଫୋନ କରି ଖାଦ୍ୟ କିପରି ପ୍ରଦାନ ହେଉଛି ବୁଝୁଛନ୍ତି । ମୋ ଅମ୍ଳଜାନ ସ୍ତର ମଧ୍ୟ ପ୍ରତିଦିନ ଯାଞ୍ଚ କରାଯାଉଛି । ଭିଡିଓ କଲରେ ମୁଁ କୋଚିଂ ଷ୍ଟାଫ୍‌ ଓ ସାଥୀ ଖେଳାଳି ମାନଙ୍କ ସହ ଯୋଡ଼ି ହେଉଛି । ଦଳର ଅନ୍ୟମାନେ ଏକାଠି ଅଭ୍ୟାସ ଆରମ୍ଭ କରିସାରିଥିଲାବେଳେ ଆମେ ଏବେ ବି ଅଛୁ ଅଲଗା ହୋଇ । ସଂକମ୍ରିତ ହେବା ଓ ସଂକ୍ରମଣରୁ ମୁକ୍ତ ହେବାର ପୁରା ମାତ୍ରା ମୋତେ ମାନସିକ ଭାବରେ ଅଧିକ ଦୃଢ଼ କରିଛି ବୋଲି ମନପ୍ରୀତ କହିଥିଲେ । ଡାକ୍ତରଖାନାରେ ଅଲଗା/ଏକାକୀ ରହିବା ମାନସିକ ଭାବରେ ଖୁବ୍‌ ଚାପପୂର୍ଣ୍ଣ ଥିଲା । ପୁରା ୧ମାସ ମୁଁ କିଛି କରିନି । ଜଣେ ଖେଳାଳି ପାଇଁ ଏ ପରିସ୍ଥିତି ଅତି କଷ୍ଟକର ଥିଲେ ମଧ୍ୟ ଏଥିରୁ ଅନେକ କିଛି ଶିଖିବାକୁ ବି ମିଳିଲା ବୋଲି ସେ କହିଛନ୍ତି । କୋଚ ଗ୍ରାହକ ରିଡ୍‌ ଫୋନରେ ଭିଡିଓ କଲ୍‌ କରି ନିୟମିତ ଉତ୍ସାହିତ କରି ଆସିଥିବା ବି ସେ ବତାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*