କରୋନା ଭୟ ରାଜଧାନୀର ସମସ୍ତ ୱାର୍ଡ଼ରେ ମଶା ବାରେଣୀ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସମେତ ପୌର ପ୍ରଶାସନ ଅତ୍ୟନ୍ତ ଗୁରୁତ୍ୱ ସହକାରେ ବିବିଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପରିମଳକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛନ୍ତି । ନିୟମିତ ସଫେଇ ସାଙ୍ଗକୁ ସ୍ୱତନ୍ତ୍ର ରଣନୀତିରେ ଆରମ୍ଭ ହୋଇଛି ମଶା ପାଇଁ ଧୂଆଁ ଦେବା କାର୍ଯ୍ୟକ୍ରମ । ପ୍ରାୟ ପାଞ୍ଚ ଦିନ ହେବ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳକୁ ମଶାଧୂଆଁ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି କମିଶନର ପ୍ରେମଚନ୍ଦ୍ର େ·øଧରୀ । ନିଦେ୍ର୍ଦଶନାମା ଅନୁସାରେ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ କହିଥିଲେ । କାର୍ଯ୍ୟ ଖସଡ଼ାରେ ସମସ୍ତ ୱାର୍ଡ଼କୁ ସାମିଲ କରାଯାଇ ତିନୋଟି ପର୍ଯ୍ୟାୟରେ ଏହାକୁ ଶେଷ କରିବାକୁ ଉପଦେଶ ଦେଇଥିଲେ । ତଦନୁଯାୟୀ ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ଏବଂ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ରଣନୀତି ପ୍ରସ୍ତୁତ ହୋଇ ସମ୍ପୃକ୍ତ ସାନିଟାରୀ ଇନିସ୍ପେକ୍ଟର ଏବଂ ୱାର୍ଡ଼ ଅଫିସର ମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଅଛି ।
ସୂଚନାଯୋଗ୍ୟ ଯେ, କ୍ଷେତ୍ର ବିଶେଷରେ କୌଣସି ସମସ୍ୟାର ଆଶୁ ସମାଧାନ ପାଇଁ ଏବଂ ଯୋଜନାବଦ୍ଧ କାର୍ଯ୍ୟକୁ ·ଲୁ ରଖିବା ପାଇଁ ଜଣେ ସାନିଟାରୀ ଇନିସ୍ପେକ୍ଟରଙ୍କୁ ନୋଡ଼ାଲ୍ ଅଫିସର ଭାବେ ଘୋଷଣା କରାଯାଇଅଛି । ଗତ ସପ୍ତାହରୁ ଫଗିଙ୍ଗ୍ ମେସିନ୍ ଦ୍ୱାରା ସମସ୍ତ ୱାର୍ଡ଼ରେ ପର୍ଯ୍ୟାୟ କ୍ରମେ ଧୂଆଁଦେବା ·ଲୁ ରହିଛି । ସମସ୍ତ ୱାର୍ଡ଼କୁ ପ୍ରାୟ ତିନି ଥର ଲେଖାଏଁ ସ୍ପ୍ରେ କରାଯିବାର କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟହ ସକାଳ ୫ ଘଟିକା ଠାରୁ ୭ ଘଟିକା ଏବଂ ସଂଧ୍ୟା ୬ ଘଟିକା ଠାରୁ ୮ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯାଉଛି । ବି.ଏମ୍.ସି ପକ୍ଷରୁ ୬ ଗୋଟି ମେସିନ୍ (ଥର୍ମାଲ୍ ଇନ୍ଦୁ୍ୟସଡ଼୍ ଫଗ୍ ଆପ୍ଲିକେଟର୍) ଏବଂ ଭଡ଼ା ସୂତ୍ରରେ ୪ ଗୋଟି ମେସିନ୍ ଅଣାଯାଇ ଏହି କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ସୂଚନାଯୋଗ୍ୟ କି, ଏହି ସ୍ପ୍ରେ (ପାଇରେଥ୍ରମ୍ ୨% ଏକ୍ସଟ୍ରାକ୍ଟ/କିଙ୍ଗ୍ଫଗ୍) କେବଳ ମଶା ନିବାରଣ ପାଇଁ କରାଯାଉଛି ଏବଂ ପାଣିରେ ଥିବା ମଶା ଅନ୍ଦା ବା ଲାର୍ଭା ଓ ପୁ୍ୟପା ଇତ୍ୟାଦି ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ତେଣୁ ଉଡ଼ୁଥିବା ମଶାଙ୍କୁ ବାରଣ କରିବା ପାଇଁ ଏହା ଏକ ପ୍ରକୃଷ୍ଠ ଉପାୟ ହୋଇଥିବାରୁ ସମସ୍ତ ୱାର୍ଡ଼ରେ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ କରିବା ·ଲୁ ରହିଛି ଯାହା ଆସନ୍ତା ଏପ୍ରିଲ୍ ମାସ ପ୍ରଥମ ସପ୍ତାହ ସୁଧା ଶେଷ ହେବାର ଯୋଜନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*