କରୋନା ଭାଇରସ୍‌ |ରୋଗୀଙ୍କ ଉପରେ ଅତ୍ୟାଚାର, ଅନେକ କିଛି ଲୁଚାଉଛି ଚୀନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଜିଂ

କରୋନା ଭାଇରସ୍‌ କାରଣରୁ ଏକ ହଜାରରୁ ଅଧିକ ଲୋକଙ୍କର ଜୀବନ ଗଲାଣି ଚୀନରେ । ଏହା ସରକାରୀ ରିପୋର୍ଟ ହୋଇଥିଲା ବେଳେ ବେସରକାରୀ ଭାବେ ମୃତୁ୍ୟ ସଂଖ୍ୟା ୨୫ ହଜାରରୁ ଅଧିକ ବୋଲି ଅନେକ ଦାବି କରୁଛନ୍ତି । ଚୀନର ବୁହାନ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଯେଉଁସବୁ ଫଟୋ ଏବଂ ଚର୍ଚ୍ଚା ଜୋର ଧରୁଛି ତାହା ଭିନ୍ନ ଏକ ସଂକେତ ମଧ୍ୟ ଦେଉଛି । ଚୀନ ସରକାର ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିକିତ୍ସା ବଦଳରେ ହତ୍ୟା କରିବାର ଯୋଜନା କରୁଛନ୍ତି ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରାଯାଉଛି, ପ୍ରକୃତ ସ୍ଥିତିକୁ ବିଶ୍ୱବାସୀଙ୍କ ଆଗରେ ଚୀନ ଲୁଚାଉଛି ବୋଲି ଅଭିଯୋଗ ହେଉଛି ।
କରୋନା ଭାଇରସର ସମ୍ପର୍କରେ ଚୀନର ଯେଉଁ ଡାକ୍ତର ପ୍ରଥମେ ସୂଚନା ଦେଇଥିଲେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଥିବା ପୂର୍ବରୁ କୁହାଯାଉଥିଲା । ଏହି ସଂକ୍ରମଣରେ ଉକ୍ତ ଡାକ୍ତରଙ୍କର ପରଲୋକ ହୋଇସାରିଲାଣି । ଏବେ ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ଦେଖିବାକୁ ମିଳୁଛି ଯେ, ଚୀନ ସରକାର ଏହି ସଂକ୍ରମଣକୁ ରୋକିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରୁଛି । ଭାଇରାଲ ଭିଡିଓରେ ରୋଗୀଙ୍କ ସହ ଅସଦାଚରଣ କରାଯାଉଥିବା ଦେଖାଯାଉଛି । ଯେଉଁ ଭିଡିଓଟି ଏବେ ସବୁଠୁ ଅଧିକ ଭାଇରାଲ ହୋଇଛି ତାହା ହେଉଛି କରୋନାରେ ସଂକ୍ରମିତ ଜଣେ ରୋଗୀଙ୍କୁ ଗୋଟିଏ ଡବାରେ ଭର୍ତ୍ତି କରି ଟ୍ରକ୍‌ରେ ଲଦିବା । ବକ୍ସରେ ରୋଗୀ ଜଣଙ୍କ ବନ୍ଦ ହେବା ପରେ ପାଖରେ ଥିବା ଜଣେ ମହିଳା ଚିକ୍ରାର କରୁଥିବା ଦେଖାଯାଉଛି । ଚୀନ ପ୍ରଶାସନ ସଂକ୍ରମିତ ଲୋକଙ୍କୁ ଅଲଗା ସ୍ଥାନରେ ରଖିବାର ନିଷ୍ପତ୍ତି ନେଇଛି । ଯାହାଫଳରେ ଏହା ଅଧିକ ବ୍ୟାପିବ ନାହିଁ ।
ଅନ୍ୟ ଏକ ଭିଡିଓରେ ଚୀନ ପୁଲିସ୍‌ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଅଶଙ୍କାରେ ଜଣେ ମହିଳାଙ୍କୁ ଜବରଦସ୍ତି ଗିରଫ କରୁଥିବା ଦେଖାଯାଉଛି । ମହିଳାଙ୍କୁ ତାଙ୍କ କାର୍‌ରୁ ଭିଡି ବାହାରକୁ ଟାଣିଆଣିବା ପରେ ତାଙ୍କୁ ରାସ୍ତାରେ ଫିଙ୍ଗା ଯାଉଛି, ଓ ପରେ ଏକ ଟ୍ରାନ୍ସପୋର୍ଟ ଭ୍ୟାନ୍‌ ଆସି ମହିଳାଙ୍କୁ ନେଉଛି । ଆଉ ଏକ ଭିଡିଓରେ ଲୋକଙ୍କୁ ତାଙ୍କ ଘର ଭିତରୁ ଭଡିଆଣି ବାହାରେ ଛଡା ଯାଉଛି । ଏହି ଭିଡିଓ ମାନଙ୍କୁ ଜଣାପଡୁଛି ଯେ ଚୀନ ଅଧିକାରୀ କରୋନା ଭାଇରସର ପ୍ରଭାବକୁ ଦୁନିଆରୁ ଲୁଚାଇ ରଖିବାର ପ୍ରୟାସ କରୁଛନ୍ତି । ପ୍ରଶାସନ ଭାଇରସର କେନ୍ଦ୍ର ଥିବା ବୁହାନ୍‌ ସହରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି । ଏକ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକଙ୍କୁ ଜବରଦସ୍ତ କ୍ୟାମ୍ପକୁ ନିଆଯାଉଛି । ଅଧିକାରୀଙ୍କ କହିବା ଅନୁସାରେ କିଛି ଲୋକଙ୍କ ଜୀବନ ଯାଉପଛେ ଯେପରି ଏହା ଅନ୍ୟ ଆଡ଼କୁ ନ ବ୍ୟାପୁ ସେଥିପାଇଁ ପଦକ୍ଷେପ ନିଆଯାଉଛି ।

ସାଟେଲାଇଟ୍‌ ଇମେଜ କହୁଛି ଜଳାଯାଇଛି ୧୪ହଜାର ଶବ

ସମଗ୍ର ବିଶ୍ୱରେ ଅଦ୍ୟାବଧି ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି ୪୩,୦୯୮ ଜଣ । ସେମାନଙ୍କ ମଧ୍ୟରୁ ୪୦,୧୭୧ ଚାଇନାର ହୋଇଥିଲା ବେଳେ ମୋଟ୍‌ ମୃତୁ୍ୟ ସଂଖ୍ୟା ୧୦୧୮ରେ ପହଞ୍ଚିଲାଣି । ତେବେ ବର୍ତ୍ତମାନ ବଡ଼ ଖୁଲାସା ହୋଇଛି ଯେ, ଚୀନ ସରକାର ମୃତୁ୍ୟ ସଂଖ୍ୟାକୁ ଲୁଚାଉଛି, ଏବଂ ଶବକୁ ପୋଡୁଛି । ସାଧାରଣତଃ ଶବ ଜଳାଇବା ସମୟରେ ଅଧିକ ମାତ୍ରାରେ ସଲଫର ଡାଇଅକ୍ସାଇଡ ଗ୍ୟାସ୍‌ ନିର୍ଗତ ହୋଇଥାଏ । ଏହା ଏଥିପାଇଁ ଏବେ ଚର୍ଚ୍ଚାର କାରଣ ପାଲଟିଛି ଯେ, ଚୀନରେ ଶବ ଜଳାଇବାର ପରମ୍ପରା ନଥିବା ବେଳେ କିପରି ସଲଫର ଡାଇଅକ୍ସାଇଡ୍‌ ମାତ୍ରା ବୃଦ୍ଧି ପାଉଛି ।
ଏବେ ବୁହାନ ସହରର କିଛି ସାଟେଲାଇଟ୍‌ ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିରେ ସହର ଉପର ଭାଗରେ ନିଅାଁ ପିନ୍ଦୁଳା ଭଳି କିଛି ଦେଖାଯାଉଛି । ଏହି ନିଆଁ ପିନ୍ଦୁଳା ଦର୍ଶାଉଛି ଯେ, ସହର ଉପରୁ ଅଧିକ ମାତ୍ରାର ସଲଫର ଡାଇଅକ୍ସାଇଡ୍‌ ନିର୍ଗତ ହେଉଛି ।
ବିଶ୍ୱବ୍ୟାପୀ ବୈଜ୍ଞାନିକମାନଙ୍କର ଯୁକ୍ତି ହେଉଛି ଯେ ଏହି ଗ୍ୟାସ୍‌ ସେତେବେଳେ ନିର୍ଗତ ହୋଇଥାଏ ଯେତେବେଳେ ମେଡିକାଲ ଆବର୍ଜନା ଜଳାଯାଏ ନଚେତ୍‌ ଶବ ଜଳାଯାଇଥାଏ । ସୋସିଆଲ ମିଡିଆରେ କୁହାଯାଉଛି ଯେ ବୁହାନ ସହରର ବାହାର ଭାଗରେ ଶବ ଜଳାଯାଉଛି । ଏହି ସହରରେ ସଲଫର ଡାଇଅକ୍ସାଇଡ୍‌ ସ୍ତର ୧୭୦୦ ୟୁଜି/କୁ୍ୟବିକ୍‌ ମିଟର ରହିଛି । ଯାହା ବିପଦସ୍ତର ଠାରୁ ୨୧ଗୁଣା ଅଧିକ । ଫଟୋ ଉଠିଥିବା ସ୍ଥାନଟି ବୁହାନ ସହର ଠାରୁ ୯୦୦ କିଲୋମିଟର ଦୂରରେ । ପରିବେଶ ବିଶେଷଜ୍ଞଙ୍କ ମତରେ ଯେଉଁ ମାତ୍ରାରେ ଗ୍ୟାସ୍‌ ନିର୍ଗତ ହେଉଥିବା ଜଣାପଡୁଛି ତାହା ସୂଚାଉଛି ଯେ, ଏଠାରେ ୧୪ହଜାରରୁ ଅଧିକ ଶବ ଜଳାଗଲାଣି । କିଛି ମିଡିଆ ସଂସ୍ଥା ପକ୍ଷରୁ କୁହାଯାଉଛି ଯେ, ଆସନ୍ତା କିଛିଦିନ ମଧ୍ୟରେ ବୁହାନ ସହରରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିବ । ତେଣୁ ଚୀନ ପ୍ରଶାସନ ଯାହା ବାହାରକୁ ସୂଚନା ଦେଉଛି ତାହା ଠିକ୍‌ ନୁହେଁ, ଦେଶରେ ମୃତୁ୍ୟ ସଂଖ୍ୟା ଦର୍ଶାଯାଉଥିବା ଏକ ହଜାର ଠାରୁ ଢେର ଗୁଣ ଅଧିକ ହେଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*