କରୋନା ଭାଇରସ୍‌ ପ୍ରଭାବ: ମୋବାଇଲ୍‌ ୱାର୍ଲ୍ଡ କଂଗ୍ରେସ ରଦ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ

ଟେଲିକମ୍‌ କମ୍ପାନୀଙ୍କ ବିଶ୍ୱସ୍ତରୀୟ ସଂଗଠନ ଜିଏସଏମ ଆସୋସିଏସନ୍‌ କରୋନା ଭାଇରସ୍‌ କାରଣରୁ ଦେଖା ଦେଇଥିବା ସ୍ୱାସ୍ଥ୍ୟ ଚିନ୍ତାକୁ ନେଇ ମୋବାଇଲ୍‌ ୱାର୍ଲ୍ଡ କଂଗ୍ରେସର ୨୦୨୦ ବୈଠକକୁ ରଦ୍ଦ କରିବାର ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମ ବାର୍ସିଲୋନାରେ ଅନୁଷ୍ଠିତ ହେବାକୁ ଥିଲା । ୨୦୦୬ ମସିହାରୁ ବାର୍ଷିକ ନାଁରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲାବେଳେ ଏଥିରେ ବିଭିନ୍ନ ଦେଶର ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଟେଲିକମ୍‌ କମ୍ପାନୀ ଏବଂ ଏହାର ଅଧିକାରୀମାନେ ଯୋଗ ଦେଇ ଟେକ୍ନୋଲୋଜି ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥାନ୍ତି ।
ଆସୋସିଏସନ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ୨୪ରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକ କରୋନା କାରଣରୁ ବନ୍ଦ ରଖାଯାଇଛି । ବାର୍ସିଲୋନ ଏବଂ ସ୍ପେନରେ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*